ଦେଶ ବିଦେଶସ୍ୱାସ୍ଥ୍ୟ

ସୁସ୍ଥ ରହିବା ପାଇଁ ଜାଣନ୍ତୁ ଖାଦ୍ୟ ଖାଇବାର ସଠିକ ସମୟ

ଆୟୁର୍ବେଦ ଅନୁସାରେ ଆପଣଙ୍କ ଖାଇବା ପିଇବା ସହିତ ସମୟ ମଧ୍ୟ ମହତ୍ୱ ଅଟେ l ଖାଇବା ପିଇବାର ଠିକ ସମୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ

ଭୂଲ ସମୟରେ ଖାଦ୍ୟ ଖାଇବା ଦ୍ୱାର ଆପଣଙ୍କୁ ପୌଷ୍ଟିକ ତତ୍ୱର ଲାଭ ହେବ ବଦଳରେ କ୍ଷତି ହୋଇଥାଏ l ସେଥିପାଇଁ ଠିକ ସମୟରେ ଖାଇବା ନିହାତି ଆବଶ୍ୟକ l ଆମ ଶରୀର ସକାଳର ଖାଦ୍ୟକୁ ଠିକରେ ହଜମ କରି ପରେ ,ସୂର୍ଯ୍ୟଙ୍କ ଅସ୍ତ ହେବ ସହିତ ଆମର ପାଚନ ପ୍ରକ୍ରିୟା ଧୀର ହେବାକୁ ଲାଗେ ସଥିପାଇଁ ଆମେ ନିର୍ଦ୍ଧିଷ୍ଟ ସମୟରେ ଖାଇବା ଉଚିତ l

ସକାଳର ଜଳଖିଆ –

ସକାଳର ଜଳଖିଆ ସକାଳ ୭ ଟା ରୁ ୯ ଟା ମଧ୍ୟରେ ଖାଇବା ଉଚିତ l ସକାଳୁ ମଧ୍ୟ ଉଠିବା ପରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ,ଉଠିବାର ଅଧଘଣ୍ଟା ଭିତରେ ଅଳ୍ପଟିକେ କିଛି ଖାଇ ନିଅନ୍ତୁ l ଅଧିକ ସମୟ ଭୋକିଲା ରହିବା ଦ୍ୱାରା ଗ୍ୟାସ ସମସ୍ୟା ଦେଖାଦେଇ ଥାଏ l ସକାଳୁ ଉଠିଲା ପରେ ଗୋଟିଏ ଗ୍ଲାସ ନଖ ଉଷୁମ ପାଣି ପିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ପେଟ ସଫା ରହିବ ସହିତ ତ୍ୱଚାରେ ଚମକ ଆସିଥାଏ l

ମାଧ୍ୟାନ ଭୋଜନ –

ମାଧ୍ୟାନ ଭୋଜନ ଦିନ ୧୨ ଟା ରୁ ୨ ଟା ମଧ୍ୟରେ କରିବା ବଶ୍ୟକ l ସକାଳ ଜଳଖିଆ ଓ ମାଧ୍ୟାନ ଭୋଜନ ମଧ୍ୟରେ ୪ ଘଣ୍ଟାର ଅନ୍ତରାଳ ରହିବ ବଶ୍ୟକ l ମାଧ୍ୟାନ ଭୋଜନରେ ଆପଣ ନିଜର ଖାଦ୍ୟ ସହିତ କିଛି ମାତ୍ରାରେ ସାଲାଡ଼ ଖାଇବା ବଶ୍ୟକ l ଏହି ସାଲାଡ଼ ଆପଣଙ୍କ ଖାଦ୍ୟକୁ ପାଚକ ରସ ସହିତ ମିଶାଇ ଥାଏ l

ରାତ୍ରୀ ଭୋଜନ ସମୟ –

ରାତ୍ରୀ ଭୋଜନ ୮ ଟା ରୁ ୯ ଟା ମଧ୍ୟରେ ଖାଇବା ଉଚିତ l ରାତ୍ରି ଭୋଜନରେ ହାଲୁକା ଖାଦ୍ୟ ଖାନ୍ତୁ l କାରଣ ରାତି ସମୟରେ ଆମେ ଖାଦ୍ୟକୁ ଧୀରେ ଧୀରେ ହଜମ କରିଥାଉ ଯେହେତୁ ରାତ୍ରୀ ସମୟ ବିଶ୍ରାମ ନେବାର ସମୟ ଅଟେ l ତା ସହିତ ଆଉ ଗୋଟିଏ କଥାର ଧ୍ୟାନ ରଖିବେ ଯେ ରାତ୍ରୀ ଭୋଜନ ଶୋଇବାର ୩ ଘଣ୍ଟା ପୂର୍ବରୁ କରିବା ବଶ୍ୟକ l

ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା ପାଣି ପିଇବା l ଖାଦ୍ୟ ଖାଇବାର ଅତି କମରେ ୩୦ ମିନିଟି ପରେ ପାଣି ପିଅନ୍ତୁ l କାରଣ ଆମ ପାଟିରୁ ବାହାରୁଥିବା ପାଚକ ରସ ଖାଦ୍ୟରେ ଠିକ ଭବରେ ମିଶିବା ଉଚିତ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button