ଦେଶ ବିଦେଶମୁଖ୍ୟ ଖବରରାଜନୀତି

୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସ

ଏଆଇସିସି ମୁଖ୍ୟାଳୟରେ ଆଜି ବରିଷ୍ଠ ନେତା ଏ.କେ ଆଣ୍ଟୋନିଙ୍କ ଦ୍ବାରା ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି, ଗୁଲାମ ନବି ଆଜାଦ, କେସି ବେଣୁଗୋପାଳ, ରଣଦୀପ ସିଂହ ସୂର୍ଯ୍ୟେୱାଲା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଆଜି ଅନୁପସ୍ଥିତ ରହିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି। ଏଆଇସିସି ମୁଖ୍ୟାଳୟରେ ଆଜି ବରିଷ୍ଠ ନେତା ଏ.କେ ଆଣ୍ଟୋନିଙ୍କ ଦ୍ବାରା ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି, ଗୁଲାମ ନବି ଆଜାଦ, କେସି ବେଣୁଗୋପାଳ, ରଣଦୀପ ସିଂହ ସୂର୍ଯ୍ୟେୱାଲା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧି କରୋନା ମହାମାରୀ ପାଇଁ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଏବେ ‌ଯୋଗ ଦେଉନଥିବାରୁ ସେ ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷେ ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଅଛନ୍ତି। ସୋନିଆ‌ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମ୍ବିଧାନ, ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନକୁ ସୁରକ୍ଷା ଦେବା ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ କହିଛନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସେ ମୋଦୀ ସରକାରଙ୍କୁ ଟା‌ର୍ଗେଟ୍‌ କରିଛନ୍ତି । ସାଧାରଣ ଲୋକଙ୍କ ଅଧିକାରକୁ ପାଦରେ ଦଳି ଦିଆଯାଇଛି ବୋଲି ସେ କହିଛନ୍ତି।

ତେବେ କଂଗ୍ରେସ ପ୍ରତିଷ୍ଠା ଦିବସରେ ରାହୁଲଙ୍କ ଅନୁପସ୍ଥିତି ଯୋଗୁଁ ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରିଛି। ରାହୁଲ୍‌ଙ୍କୁ କଟାକ୍ଷ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, କଂଗ୍ରେସ ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, କିନ୍ତୁ ରାହୁଲ ଅଦୃଶ୍ୟ ହୋଇଯାଉଛନ୍ତି। ଏହା ସବୁଠୁ ଦୁଭାର୍ଗ୍ୟଜନକ ଯେ, ଯିଏ ଦଳର ସଭାପତି ଥିଲେ ଏବଂ ଏବେ ବି ସଭାପତି ହେବାପାଇଁ ବିଚାରବିମର୍ଶ ଜାରି ରହିଛି ସେ ଦଳର ପ୍ରତିଷ୍ଠା ଦିବସରେ ଅନୁପସ୍ଥିତ ରହୁଛନ୍ତି। ରାହୁଲ ଏବେ‌ କେଉଁ ଦେଶରେ ଅଛନ୍ତି ତାହା କେହି ଜାଣିନାହାନ୍ତି। ତାଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କଂଗ୍ରେସ ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ରାହୁଲ ତାଙ୍କ ଆଇମା’ଙ୍କୁ ଦେଖିବାକୁ ଯାଇଛନ୍ତି। ଏହା କ’ଣ ଭୁଲ୍‌ ? ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗସ୍ତ କରିବାର ଅଧିକାର ରହିଛି। ବିଜେପି ନିହାତି ନିଚ ସ୍ତରର ରାଜନୀତିରେ ସମ୍ପୃକ୍ତ ରହୁଛି। ସେମାନେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରୁଛନ୍ତି। କାରଣ ସେମାନେ କେବଳ ଜଣେ ନେତାଙ୍କୁ ହିଁ ଟାର୍ଗେଟ୍‌ କରିବାକୁ ଚାହୁଛନ୍ତି ବୋଲି ବେଣୁଗୋପାଳ କହିଛନ୍ତି।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close