Breaking PLUSଦେଶ ବିଦେଶମୁଖ୍ୟ ଖବର

ଡବ୍ଲ୍ୟୁଏଚଓ: ସମଗ୍ର ବିଶ୍ଵରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପାରନ୍ତି

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବିଭାଗର ପ୍ରମୁଖ ସୋମବାର କହିଛନ୍ତି ଯେ, ସମଗ୍ର ବିଶ୍ଵରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ପାରନ୍ତି ଯାହା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ୨୦ ଗୁଣ ଅଧିକ ହେବ।

ଡ.ମାଇକେଲ ରୟାନ ଡବ୍ଲ୍ୟୁଏଚଓର ୩୪ ସଦସ୍ୟ କାର୍ଯ୍ୟକାରୀ ବୋର୍ଡର କୋଭିଡ୍-୧୯ର ସ୍ଵତନ୍ତ୍ର ଅଧିବେଶନରେ ଆଲୋଚନା କରି କହିଛନ୍ତି ସହରାଞ୍ଚଳଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଉପରେ ଏହା ଆଧାରିତ। ଦୁନିଆର ଅଧିକାଂଶ ଅଞ୍ଚଳ କରୋନା ପ୍ରବଣ ବୋଲି ସେ କହିଛନ୍ତି।
ମହାମାରୀ କରୋନାର ପ୍ରକୋପ ସଂପ୍ରତି ଜାରି ରହିବ କିନ୍ତୁ ଏଥିରୁ ବଞ୍ଚିବା ପାଇଁ ଅନେକ ସାଧନ ରହିଛି। ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ତଥାପି ଏବେ ମଧ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ରୟାନ କହିଛନ୍ତି।ରୟାନ କହିଛନ୍ତି ଦକ୍ଷିଣ-ପୂର୍ବ ଏସିଆରେ ସଂକ୍ରମଣ ବୃଦ୍ଧି ଘଟିପାରେ।

 

World Health Organization leaders at a press briefing on COVID-19

ଏବେ ୟୁରୋପ ଓ ପୂର୍ବ ଭୂମଧ୍ୟସାଗର ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଥିବା ବେଳେ ଆଫ୍ରିକା ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ସ୍ଥିତିରେ ସୁଧାର ଆସିଛି।ବର୍ତ୍ତମାନର ଅନୁମାନ ଅନୁଯାୟୀ ବିଶ୍ଵ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ କରୋନା ସଂକ୍ରମିତ ହୋଇ ପାରନ୍ତି। ମୋଟ୍ ୭୬୦ ମିଲିୟନ ଜନସଂଖ୍ୟା ଉପରେ ଏହି ଆକଳନ କରାଯାଇଛି। ଡବ୍ଲ୍ୟୁଏଚଓ ଓ ଜନ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ବିଶ୍ଵରେ ୩୫ ମିଲିୟନ ଅର୍ଥାତ ୩ କୋଟି ୫୦ ଲକ୍ଷରୁ ଅଧିକ ରହିଛି। ବିଶ୍ଵ ବର୍ତ୍ତମାନ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ରିୟାନ ଚେତାଇଛନ୍ତି। ଏହି ମାରାତ୍ମକ ଭୂତାଣୁ ବ୍ୟାପିଚାଲିଛି।

Show More

Related Articles

Back to top button