Breaking PLUSବାଣିଜ୍ୟ

୩୦% କମିସନ ନିଷ୍ପତ୍ତି ବଦଳାଇଲା ଗୁଗୁଲ

ମୋବାଇଲ୍ ଆପ୍ ଭିତରେ ହେଉଥିବା ଆର୍ଥିକ କାରବାର ଉପରେ ୩୦% କମିସନ ଲାଗୁ କରିବା ଲାଗି ଗୁଗୁଲ୍ ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ଆଜି ବଦଳାଇଛି

ଏହି ନୀତିକୁ ଭାରତୀୟ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକର ପ୍ରତିଷ୍ଠାତାମାନେ ତୀବ୍ର ବି‌ରୋଧ କରିଥିଲେ। କମିସନ ଅସୁଲ କରିବାର ସମୟ ସୀମାକୁ ଗୁଗୁଲ୍ ଆଉ ଛଅ ମାସ ଘୁଞ୍ଚାଇ ଦେଇଛି। ୨୦୨୨ ମାର୍ଚ୍ଚ ୩୧ରୁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କଂପାନି ଜଣାଇଛି।

ଆସନ୍ତାବର୍ଷ ସେପ୍ଟେମ୍ବରରୁ ଏହି ନିୟମ ଲାଗୁ କରିବାକୁ ଗୁଗୁଲ୍ ଚାହୁଥିଲା। ମାତ୍ର ପେଟିଏମ୍, ସେୟାରଚାଟ୍‌, ଫୋ‌ନ୍‌ପେ ଭଳି ୨୫ଟି ଷ୍ଟାର୍ଟଅପ୍ ସଂସ୍ଥାର ପ୍ରତିଷ୍ଠାତା ଓ ମୁଖ୍ୟମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହସ୍ତକ୍ଷେପ ଲୋଡ଼ିଥିଲେ। ଗୁଗୁଲ୍ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ପ୍ରତିଯୋଗିତା କମିସନ ନିକଟରେ ଅଭିଯୋଗ କରିବାର ସମ୍ଭାବନା ବିଷୟରେ ସେମାନେ ଆଲୋଚନା କରିଥିଲେ।

Show More

Related Articles

Back to top button