ଓଡ଼ିଶା

ଆଦିତ୍ୟଙ୍କ ହତ୍ୟା ପଛରେ ଅଛି କାହାର ହାତ ?

ଭୁବନେଶ୍ୱର: ସୋସିଆଲ୍ ୱାର୍କର ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ସସପେନ୍ସର ମର୍ଡର ଥ୍ରିଲର। ସୁଇସାଇଡାଲ୍ ନୋଟରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖିଛନ୍ତି ଆଦିତ୍ୟ। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି ଅନ୍ୟ କଥା। ଆଦିତ୍ୟଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ। ତେବେ, ସତ କଣ ? ଆଦିତ୍ୟଙ୍କ ସୁଇସାଇଡାଲ୍ ନୋଟ୍ ନା ଜିଆରପିର ହସ୍ତଗତ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ। ତଦନ୍ତ ପରେ ଏହା ସ୍ପଷ୍ଟ ହେବ । ଅନ୍ୟପଟେ ଆଦିତ୍ୟଙ୍କ ମାନସ ସନ୍ତାନ ‘ପିପୁଲ ଫର୍ ସେବା’ ସଙ୍ଗଠନର ସଦସ୍ୟ ଜିଆରପି ଥାନାରେ ହତ୍ୟା ନେଇ ଅଭିଯୋଗ କରିଛନ୍ତି । ‘ପିପୁଲ ଫର୍ ସେବା’ ସଙ୍ଗଠନର ସଦସ୍ୟଙ୍କ ଏତଲା କ୍ରମେ ଜିଆରପି ରୁଜୁ କରିଛି ହତ୍ୟା ମାମଲା । ତେବେ, କିଏ ଓ କାହିଁକି ଆଦିତ୍ୟଙ୍କୁ ହତ୍ୟା କଲେ । ହତ୍ୟା ପଛରେ କଣ ରହିଛି କାରଣ ? ବଢ଼ୁଥିବା ସଙ୍ଗଠନକୁ ଦେଖି କିଏ କରୁଥିଲା ଈର୍ଷା ? ପୋଲିସ ଆଗରେ ତଦନ୍ତ ପାଇଁ ଏବେ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ‘ପିପୁଲ ଫର୍ ସେବା’ ସଙ୍ଗଠନ ସଦସ୍ୟଙ୍କ ଅଭିଯୋଗ ହେଉଛି ବାହାଘର ପରେ ଆଦିତ୍ୟଙ୍କ ଚାପ ବଢ଼ି ଯାଇଥିଲା।

ଆଦିତ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଏବେ ବିବାଦ ହୋଇ ଛିଡ଼ା ହୋଇଛି। ଆତ୍ମହତ୍ୟା ନା ହତ୍ୟା ଏ ପ୍ରଶ୍ନ ଭିତରେ ଘାଣ୍ଟି ଚକିଟି ହେଉଛନ୍ତି ଆଦିତ୍ୟଙ୍କୁ ଭଲ ପାଉଥିବା ପ୍ରତିଟି ମାନବ ପ୍ରେମୀ । ସମସ୍ତଙ୍କୁ ନିଜର ବୋଲି ଭାବୁଥିବା, ସମସ୍ତଙ୍କ ଖୁସିରେ ଖୁସି ହେଉଥିବା ଆଦିତ୍ୟଙ୍କ ଜୀବନରେ କିଏ ଢାଙ୍କିଦେଲା କଳାବାଦଲ ? ପୋଲିସ ତଦନ୍ତ ପରେ ସବୁ କିଛି ରହସ୍ୟ ଉପରୁ ପରଦା ହଟିବ ।

Show More

Related Articles

Back to top button