ଓଡ଼ିଶାସ୍ୱତନ୍ତ୍ର

କାଳିଆର ହେଉ କୋଭିଡ ଟେଷ୍ଟ !

ରତ୍ନବେଦିରେ ସୁରକ୍ଷିତ ଅଛନ୍ତି ତ ଜଗତନାଥ ?

ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଚାରିଧାମ ମଧ୍ୟରୁ ପୁରୀ ଧାମ ଅନ୍ୟତମ । ଜୀବନ୍ତ ମନୁଷ୍ୟ ପରି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପାଳନ କରାଯାଏ । ଓଡ଼ିଆ ଜାତିର ପରମ୍ପରା ଅନୁଯାୟୀ ୧୨ ମାସରେ ପାଳନ ହୁଏ ୧୩ ପର୍ବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଛୁଟି ଆସନ୍ତି ଅଗଣିତ ଭକ୍ତ । ସେଥିପାଇଁ ପ୍ରତିଟି ମୁହୁର୍ତ୍ତରେ ମହାପ୍ରଭୁଙ୍କ ଧାମରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । କିନ୍ତୁ ସନାତନ ଧର୍ମର କିଛି କଟକଣା ଅନୁଯାୟୀ ମନ୍ଦିର ଭିତରେ ପ୍ରବେଶ କରିପାରନ୍ତିନି ବିଦେଶୀ ଭକ୍ତ । ତେଣୁ ଏହି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକରେ ଥରେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି କାଳିଆ ସାଆନ୍ତେ ।

ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ଭାଇଭଉଣୀଙ୍କୁ ସାଥିରେ ଧରି ମାଉସୀ ଘରକୁ ବାହାରେ ଜଗା । ଶରଧା ବାଲିରେ ତିନୋଟି ସ୍ୱତନ୍ତ୍ର ରଥରେ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ବାହାରନ୍ତି ମାଉସୀ ମାଙ୍କ ଘରକୁ । ଭକ୍ତଙ୍କ ସମାଗମ, ଘଣ୍ଟ, ହୁଳହୁଳି ଓ ମର୍ଦଳ ନାଦରେ ପ୍ରକମ୍ପିତ ହୋଇଥାଏ ବଡ଼ଦାଣ୍ଡ । ଏହି ଅବସରରେ ସାତସମୂଦ୍ର ପାର କରି ପୁରୀ ବଡ଼ଦାଣ୍ଡକୁ ଛୁଟି ଆସନ୍ତି ଅଗଣିତ ଭକ୍ତ ।  କିନ୍ତୁ ଚଳିତ ବର୍ଷର ଚିତ୍ର ଟିକେ ଭିନ୍ନ ଥିଲା ।

ଅନେକ ମାନ ଅଭିମାନ ପରେ ପ୍ରଭୁ ମାଉସୀ ଘରକୁ ବୁଲିବାକୁ ଗଲେ। ଭାବିଥିଲା ଦୀର୍ଘ ୩ ମାସ ପରେ ଭକ୍ତଙ୍କୁ ଦେଖିବେ କିନ୍ତୁ, ସେ ସୁଯୋଗ ବି ପାଇଲା ନାହିଁ। କାରଣ ପ୍ରଥମେ ତ ସର୍ବୋଚ୍ଚ କୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେଇନଥିଲେ। କିନ୍ତୁ ସମସ୍ତେ ଜାଣିଛନ୍ତି ସେ ଲୀଳାମୟ ଠାକୁର। ସାଧାରଣ ଲୋକଙ୍କ ଚିନ୍ତାଧାରା ଠାରୁ ଉର୍ଧ୍ୱରେ, ଶେଷରେ ତାଙ୍କରି ଇଚ୍ଛାରେ ନିଜ ମତ ବଦଳାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନର ଶୁଣାଣି କରିବା ସମୟରେ ରଥଯାତ୍ରା ହେବା ନେଇ ସବୁଜ ସଙ୍କେତ ଦେଇଥିଲେ କୋର୍ଟ । ଆଉ ଶେଷରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଐତିହାସିକ ଘୋଷଯାତ୍ରା । ରଥଯାତ୍ରାରେ ଭକ୍ତକୁ ନ ପାଇ ଜଗାର ମନ ଉଣା ଥିଲା ସତ, କିନ୍ତୁ ମାଉସୀ ଘରକୁ ଯିବା ପାଇଁ ଖୁସି ହେଉଥାଏ। ବେଶ୍ ଆନନ୍ଦରେ ଭାଇ ଭଉଣୀଙ୍କୁ ସାଥିରେ ଧରି ମାଉସୀ ଘରକୁ ଗଲା ।

କିନ୍ତୁ, ବର୍ତ୍ତମାନ ମହାମାରୀ କୋରୋନା ଦ୍ଵାରା ସାରା ବିଶ୍ୱ ପ୍ରଭାବିତ। ଏହି ସମୟରେ ଅନେକ କଟକଣା ଦ୍ଵାରା ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂରା ବଡ଼ଦାଣ୍ଡକୁ ସାନିଟାଇଜ କରିବା, ସେବାୟତଙ୍କ କୋରୋନା ପରୀକ୍ଷା, ସମସ୍ତ ସେବାୟତ ମାସ୍କ ପରିଧାନ କରିବେ, ଏହିଭଳି ଅନେକ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର। ମହାପ୍ରଭୁଙ୍କ ରଥଯାତ୍ରା ପରେ କିଛି ସେବାୟତ କରୋନା ପଜିଟିଭ ମଧ୍ୟ ହୋଇଥିଲେ।

ଜଗନ୍ନାଥ, ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ଭଗବାନ ମହାମାରୀ କୋରୋନା ସମୟରେ ମାଉସୀ ଘରକୁ ଗଲେ ଓ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଲେ। ତେବେ ସାଧାରଣ ଭକ୍ତଙ୍କ ଚିନ୍ତାଧାରା ଅନୁସାରେ କ’ଣ ଭଗବାନଙ୍କ କୋରୋନା ପରୀକ୍ଷା ହେବା ଦରକାର? କ’ଣ ଭଗବାନ ହୋଇଥିବେ କୋରୋନା ପଜିଟିଭ? ଏଭଳି ଅନେକ ପ୍ରଶ୍ନ ଏବେ ଭକ୍ତଙ୍କ ମନରେ ଉଙ୍କି ମାରୁଛି।

ବିଶ୍ୱାସକୁ ନେଇ ସଂସାର। ମହାପ୍ରଭୁଙ୍କ କିଛି କାର୍ଯ୍ୟ ଚଳନ୍ତି ମାନବ ପରି ଲାଗେ। ତେଣୁ ସମଗ୍ର ମାନବଜାତି ମହାପ୍ରଭୁଙ୍କୁ ଭଗବାନ ନୁହେଁ ବରଂ ନିଜ ପରିବାରର ମୁଖ୍ୟ ବୋଲି ବିବେଚନା କରେ। ତେଣୁ ମହାପ୍ରଭୁଙ୍କୁ ନେଇ ଭକ୍ତ ସର୍ବଦା ତତ୍ପର ଥାଏ । ବାହୁଡା ଯାତ୍ରା ପରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହିଁ । ତେଣୁ ମହାପ୍ରଭୁ ଶ୍ରୀମନ୍ଦିରରେ କିପରି ଅବସ୍ଥାନ କରିଛନ୍ତି ତାକୁ ନେଇ ବ୍ୟସ୍ଥ ବିବ୍ରତ ହୋଇ ପଡିଛି । ଜଗାର ସ୍ୱାସ୍ଥ୍ୟ କୁ ତା ଭକ୍ତ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ସେ ସୁସ୍ଥ ଅଛନ୍ତି ତ ? ଯଦି ନାହାନ୍ତି ତେବେ କ’ଣ ମହାବାହୁ କରୋନା ମହାମାରୀରେ ପିଡିତ ? ଯଦି ହଁ ତାହାଲେ କ’ଣ ଜଗାର କରୋନା ଟେଷ୍ଟ ହେବ ? ଏମିତି ଅନେକ ଅସରନ୍ତି ପ୍ରଶ୍ନର ଉତ୍ତର ଖୋଯୁଛି ଭକ୍ତ । ଦାରୁ ରୂପ ଧାରଣ କରି ମାନବୀୟ ଲିଳାଖେଳା କରୁଥିବା ଜଗା କ’ଣ ତାର କୋଭିଡ଼ ପରିକ୍ଷା କରାଇବ?

Show More

Related Articles

Back to top button