ଦେଶ ବିଦେଶରାଜନୀତି

ଦୁଇ ମାଙ୍କଡଙ୍କ କଳିରେ ବିଲେଇ ରାଜା ; ସ୍ଥାନ ଖୋଜୁଛି ଆମ ଆଦମୀ ପାର୍ଟୀ

କଂଗ୍ରେସ ଓ ବିଜେପିର କାର୍ଯ୍ୟପନ୍ଥା ଦେଶ ପାଇଁ ଦୁର୍ଭାଗ୍ୟଜନକ, ତେଣୁ ବର୍ତ୍ତମାନର ସ୍ଥିତି ଅନୁସାରେ ଆମ ଆଦମୀ ପାର୍ଟୀ ହିଁ ଦେଶବାସୀଙ୍କ ପାଇଁ ମୁଖ୍ୟ ବିକଳ୍ପ। କିଛି ଏଭଳି ବୟାନକୁ ନେଇ ଚର୍ଚ୍ଚାରେ ଆମ ଆଦମୀ ପାର୍ଟୀ ବିଧାୟକ ରାଘବ ଚଢା।

ନୂଆଦିଲ୍ଲୀ : ରାଜସ୍ଥାନରେ ରାଜନୈତିକ ଅଙ୍କକଷା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି । ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟ କଂଗ୍ରେସ ଛାଡି ଦେଇଛନ୍ତି ସତ, କିନ୍ତୁ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ତାହା ସମସ୍ତଙ୍କ ନଜର ରହିଛି । ଏହି ସମୟରେ କଂଗ୍ରେସରେ ହେଉଥିବା ଫାଟକୁ ନେଇ ବିଜେପିକୁ ଟାର୍ଗେଟ କରିଛି। ଅନ୍ୟ ରାଜ୍ୟ ମାନଙ୍କରେ ବିଜେପି ସରକାର ଗଠନ କରିବା ପରି ରାଜସ୍ଥାନରେ ମଧ୍ୟ ସରକାର ଗଠନ କରିବାକୁ ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନିଜ ଦଳକୁ ସମ୍ଭାଳି ନ ପାରିବା କାରଣରୁ ଆଜି ଏଭଳି ପରିସ୍ଥିତି ସାମ୍ନାକୁ ଆସିଛି ବୋଲି ବିଜେପି ଜବାବ ରଖିଛି । କିନ୍ତୁ ଦୁଇ ମାଙ୍କଡଙ୍କ କଳିରେ ବିଲେଇ ରାଜା ହେବା ପରି, କଂଗ୍ରେସ ଓ ବିଜେପିର କଳିରେ ଆମ ଆଦମୀ ପାର୍ଟୀ ନିଜର ଫାଇଦା ନେବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହାକୁ ନେଇ କାର୍ଯ୍ୟପନ୍ଥା ଆରମ୍ଭ କରିଛି ଆମ ଆଦମୀ ପାର୍ଟୀ।

ଆମ ଆଦମୀ ପାର୍ଟୀ ମୁଖପାତ୍ର ରାଘବ ଚଢା ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ରାଜସ୍ଥାନରେ ରାଜନୈତିକ ଅସ୍ଥିରତାକୁ ଆମ ଦଳ ଲୋକଙ୍କ ପାଖରେ ପହଞ୍ଚିବ । ଲୋକମାନେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଆସ୍ଥା ହରାଇ ସାରିଛନ୍ତି। ତେଣୁ ଆମ ଆଦମୀ ପାର୍ଟୀ ରାଜସ୍ଥାନରେ ଏକ ନୂଆ ବିକଳ୍ପ ଭାବରେ କାର୍ଯ୍ୟ କରିବ। ସେ କହିଛନ୍ତି, କଂଗ୍ରେସ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛି ତାକୁ ପ୍ଲାଜମା ଥେରାପି ଦେଲେ ମଧ୍ୟ କାର୍ଯ୍ୟ କରିବ ନାହିଁ। କଂଗ୍ରେସର ଭବିଷ୍ୟତ ନାହିଁ କିମ୍ବା ଏହା ଦେଶ ତଥା ତାଙ୍କ ଦଳକୁ ଭବିଷ୍ୟତ ଦେଇପାରିବ ନାହିଁ। ବର୍ତ୍ତମାନର କୋରୋନା ଭାଇରସ ସମୟରେ ସ୍ୱାସ୍ଥ୍ୟ ସେବା ପ୍ରତି ସରକାରଙ୍କ ଧ୍ୟାନ ରହିବା କଥା, କିନ୍ତୁ ଉଭୟ ଦଳ ନିଜର ରାଜନୈତିକ ରୁଟି ଶେକିବାରେ ବ୍ୟସ୍ତ, ଯାହା ଦେଶ ପାଇଁ ଚିନ୍ତାଜନକ। ଦେଶରେ କୋରୋନା ମୁକାବିଲା କରିବା ପାଇଁ ଅର୍ଥ ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି, କିନ୍ତୁ କେଉଁ ବିଜେପି କଂଗ୍ରେସର ବିଧାୟକ ମାନଙ୍କୁ କିଣିବାକୁ ଚେଷ୍ଟା କରୁଛି। କଂଗ୍ରେସ ଓ ବିଜେପିର ଏହି ଅନୈତିକ ରାଜନୀତି ଦେଖୁଛନ୍ତି ସାରା ଭାରତବାସୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ “ଭେଣ୍ଟିଲେଟର” ଉପରେ ରହିଥିବାରୁ ବଞ୍ଚିବାର ସମ୍ଭାବନା ନ ଥିବାରୁ AAP ହେଉଛି ଏକମାତ୍ର ବିକଳ୍ପ। ବର୍ତ୍ତମାନ ସମୟରେ ଆମ ଦେଶର ଭୋଟର ମାନେ ବେଶ ଦୁଃଖିତ। କାରଣ ପ୍ରତିଟି ରାଜ୍ୟରେ ବିଧାୟକଙ୍କୁ କିଣାବିକା ରାଜନୀତି ଦେଖିବାକୁ ମିଳୁଛି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ତେଣୁ ଏହି ସମୟରେ ଆମ ଆଦମୀ ପାର୍ଟୀ ହିଁ ଭାରତବାସୀଙ୍କ ପାଇଁ ଏକମାତ୍ର ବିକଳ୍ପ। ଆମେ ଲୋକଙ୍କ ପାଇଁ କାର୍ଯ୍ୟ କରୁ, ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ଆମ ଦଳର ସାଗଂଠନିକ ସ୍ଥିତି ମଜବୁତ ନାହିଁ। କିନ୍ତୁ ଲୋକମାନଙ୍କ ଆସ୍ଥାଭାଜନ ପାଇଁ ଆମେ ଚେଷ୍ଟା କରୁଛୁ।

“କଂଗ୍ରେସ ପାଖରେ ଜିତିବାର କ୍ଷମତା ନାହିଁ, ସେମାନଙ୍କର ଦଳର ସଦସ୍ୟଙ୍କୁ ଏକାଠି ରଖିବା ପାଇଁ ଉତ୍ସାହ ମଧ୍ୟ ନାହିଁ ଏବଂ ନିଜର ବିଧାୟଙ୍କୁ ନିୟନ୍ତ୍ରଣ କରିପାରିବେ ନାହିଁ। ଯାହା ସମସ୍ତ ରାଜ୍ୟରେ ଘଟିଛି ତାହା ଆମେ ସାକ୍ଷୀ ରହିଛୁ, ରାଜ୍ୟ ପରେ ରାଜ୍ୟ କଂଗ୍ରେସ ଧ୍ୱଂସ ହେବାରେ ଲାଗିଛି। କଂଗ୍ରେସ ଦଳ କିଛି ବିଧାୟକ ପାଇଥାଏ ଏବଂ ସମୟ ସହିତ ସେହି ବିଧାୟକମାନଙ୍କୁ ବିଜେପି ଘୋଡ଼ା ବେପାର ଦ୍ୱାରା ନିଜ ଦଳକୁ ନେଇଯାଇଥାଏ।  ତେଣୁ ଏହି ସମୟରେ “ଭାରତର ଲୋକମାନଙ୍କ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ହିଁ ଏକମାତ୍ର ବିକଳ୍ପ।

Show More

Related Articles

Back to top button