ଦେଶ ବିଦେଶ

ଭାରତ ସହ ଉତ୍ତେଜନା ଭିତରେ ଚୀନ ପିଓକେରେ ନିର୍ମାଣ କରିବ ହାଇଡ୍ରୋପାୱର ପ୍ଲାଣ୍ଟ

ନୂଆଦିଲ୍ଲୀ: ଭାରତ ସହିତ ତିକ୍ତତା ଭିତରେ ଏକ ଚୀନ କମ୍ପାନୀ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଏକ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛି I କମ୍ପାନୀ ପାକିସ୍ତାନ ସହ ୧.୫ ବିଲିୟନ ଡଲାରର ଚୁକ୍ତି କରିଛି I ଖବର ଅନୁସାରେ CPEC ପ୍ରକଳ୍ପ ଆଧାରରେ ପିଓକେର ଚୀନ କମ୍ପାନୀ ହାଇଡ୍ରୋପାୱାର ପ୍ଲାଣ୍ଟ ନିର୍ମାଣ କରିବ I ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଇସଲାମବାଦ ଠାରେ ଆୟୋଜିତ ଏକ ସମାରୋହରେ ‘ଆଜାଦ ପତନ ଜଳବିନ୍ଦୁ ପ୍ରକଳ୍ପ’ ପାଇଁ ଚୀନର ଜିଓଝାବା କମ୍ପାନୀ ସହିତ ବୁଝାମଣା କରିଥିଲେ Iଏହି ହାଇଡ୍ରୋପାୱର ପ୍ଲାଣ୍ଟଟି ପିଓକେର ସଦନୋଟି ଜିଲ୍ଲାର ଝେଲମ ନଦୀ ଉପରେ ନିର୍ମାଣ କରାଯିବ I ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୬ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି I ଚୀନର ସିନଜିୟାଙ୍ଗ ପ୍ରାନ୍ତ ସହିତ ବଲୁଚିସ୍ତାନର ଗ୍ୱାଦର ପୋର୍ଟକୁ ସଂଯୋଗ କରୁଥିବା CPEC ପ୍ରକଳ୍ପ ଯାହାକି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବଡ଼ ଯୋଜନା ୱାନ୍ ବେଲ୍ଟ ୱାନ୍ ରୋଡର ପ୍ରମୁଖ ଅଂଶ ଅଟେ Iପ୍ରଥମରୁ ଚୀନର ୪୬ ବିଲିୟନ ଡଲାରର ସିପିଇସି ପ୍ରକଳ୍ପକୁ ଭାରତ ବିରୋଧ କରି ଆସୁଛି I ଯାହାକି ଭାରତର ଅଂଶ ପିଓକେ ଦେଇ ନିର୍ମାଣ ହେବ I ପିଓକେକୁ ଏବେ ପାକିସ୍ତାନ ଅକ୍ତିଆର କରିଛି I ବର୍ଷର ଆରମ୍ଭରୁ ବୈଦେଶିକ ମନ୍ତ୍ରାଳୟ କହିଥିଲା- ଗିଲଗିଟ୍ ଓ ବାଲ୍ଟିସ୍ତାନ ସହିତ ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଅଟେ I ଇସଲାମାବାଦ ଅବୈଧ ଭାବେ ଅକ୍ତିଆର କରି ରଖିଥିବା କ୍ଷେତ୍ରକୁ ତୁରନ୍ତ ଛାଡ଼ିଦେବା ଉଚିତ୍ I

Show More

Related Articles

Back to top button