ଦେଶ ବିଦେଶବ୍ୟକ୍ତିତ୍ୱ

କୃଷକଙ୍କ ପୁଅ ତିଆରି କରୁଛନ୍ତି କରୋନା ଭ୍ୟାକ୍ସିନ୍, ଅଗଷ୍ଟ ୧୫ରେ ବଜାରକୁ ଆସିପାରେ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଶ୍ୱରେ ଆତଙ୍କ I ଦୁନିଆ ଖୋଜୁଛି ମହାମାରୀରୁ ମୁକୁଳିବାର ମହୌଷଧି I ଏହି ମହୌଷଧି ହେଉଛି କରୋନା ଭ୍ୟାକ୍ସିନ୍ I ସମସ୍ତ ଦେଶ ଭ୍ୟାକ୍ସିନ୍ ତିଆରି ପାଇଁ ଉଦ୍ୟମ କରୁଛନ୍ତି I ଆଉ ଏହି କାର୍ଯ୍ୟରେ ଦିନରାତି କରି ଦେଇଛନ୍ତି ଜଣେ କୃଷକଙ୍କ ପୁଅ I ତାଙ୍କ ନାଁ ହେଉଛି ଡାକ୍ତର କୃଷ୍ଣା ଏଲା I ଅକ୍ଲାନ୍ତ ପରିଶ୍ରମ କରି ସେ ଏକ ଛୋଟ ଲାବ ତିଆରି କରିଥିଲେ I ନିଜର ପରିଶ୍ରମରେ ସେ ତାକୁ ଏକ ବଡ଼ କମ୍ପାନୀରେ ପରିବର୍ତ୍ତନ କରି ପାରିଛନ୍ତି I ଏବେ ସିଏ କରୋନା ଭାଇରସ୍ ପାଇଁ ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଲାଗିଛନ୍ତି I

ତାଙ୍କ କମ୍ପାନୀ ପ୍ରସ୍ତୁତ ଭ୍ୟାକ୍ସିନ୍ ଅଗଷ୍ଟ ୧୫ ଦିନ ଲଞ୍ଚ୍ ହୋଇପାରେ I କମ୍ପାନୀକୁ ଏବେ ଭ୍ୟାକ୍ସିନର ହ୍ୟୁମାନ୍ ଟ୍ରାଏଲ ପାଇଁ ଅନୁମତି ମିଳି ସାରିଛି I ଭାରତର ହାଇଦ୍ରାବାଦ ସ୍ଥିତ କମ୍ପାନୀର ଲାବରେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି I ଏହି କମ୍ପାନୀ ହେଉଛି ଭାରତ ବାୟୋଟେକ୍ I ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି ଓ ICMR ସହଯୋଗରେ ଭାରତ ବାୟୋଟେକ୍ କରୋନା ଟୀକା ପ୍ରସ୍ତୁତ କରୁଛି I

ଏମିତି ନୁହେଁ ଯେ ଭାରତ ବାୟୋଟେକ୍ ପ୍ରଥମଥର ପାଇଁ ଟୀକା ପ୍ରସ୍ତୁତ କରୁଛି I ପୂର୍ବରୁ ସବୁଠୁ ଶସ୍ତ ହେପାଟାଇଟିସ୍ ଟୀକା ପ୍ରସ୍ତୁତ କରି କୃଷ୍ଣାଙ୍କ ଭାରତ ବାୟୋଟେକ୍ ଚର୍ଚ୍ଚାର ପରିସରକୁ ଆସିଥିଲା I ଆଉ ଦୁନିଆରେ ପ୍ରଥମ କମ୍ପାନୀ ବାବେ ଭାରତ ବାୟୋଟେକ୍ ବାହାର କରିଥିଲା ଜିକା ଭାଇରସ୍ ପାଇଁ ଟୀକା I

ଡାକ୍ତର କୃଷ୍ଣା ଏଲାଙ୍କ ଜନ୍ମ ତାମିଲନାଡ଼ୁ ଥିରୁୟାନିରେ I ସେ ମଧ୍ୟବିତ୍ତ କୃଷକ ପରିବାରର ଅଟନ୍ତି I ସେ କୃଷି ସମ୍ବନ୍ଧୀୟ ପାଠ ପଢ଼ିଛନ୍ତି I ପ୍ରଥମେ ଚାଷ ପାଇଁ ତାଙ୍କ ଯୋଜନା ଥିବାବେଳେ ଆର୍ଥିକ ସମସ୍ୟା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା I ପରେ ସେ ଏକ କେମିକାଲ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟରରେ କାମ କରିଥିଲେ I

Show More

Related Articles

Back to top button