ଜୀବନଚର୍ଯ୍ୟା

ଶୋଇବା ସମୟରେ କେଉଁ ଦିଗ ଆଡକୁ ମୁଣ୍ଡ କରି ଶୋଇଲେ କଣ ଲାଭ ମିଳିଥାଏ, ଆସନ୍ତୁ ଜାଣିବା?

ଭଲ ନିଦ ଆସିବା ପାଇଁ ସମସ୍ତେ ଚାହିଁଥାନ୍ତି ,କାରଣ ଏହା ଆମମାନଙ୍କୁ ସୁସ୍ଥ ରଖିବାର ଆଉ ଗୋଟିଏ ଜରିଆ ଅଟେ l ଶୋଇବା ଗୋଟିଏ ଦୈନିକ କାର୍ଯ୍ୟ ,ତେଣୁକରି ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗକୁ ମୁଣ୍ଡକରି ଶୋଇବା ବଶ୍ୟକ ସେ ବିଷୟରେ ଜାଣି ରଖିବା ଉଚିତ l କାରଣ ଭୁଲ ଦିଗକୁ ମୁଣ୍ଡକରି ଶୋଇବା ଦ୍ୱାରା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l କାରଣ ଏହା ଦ୍ୱାରା ଡିପ୍ରେସନ ,ଅନିଦ୍ରା ଉନ୍ନତିରେ ବାଧକ ,ଦାମ୍ପତ୍ୟ ସୁଖରେ କମି ଖରାପ ସ୍ୱପ୍ନ ଓ ଧନ ହାନିର ସମସ୍ୟା ଦେଖା ଦେଇଥାଏ

ଯଦି ଆମେ ଠିକ ଦିଗକୁ ମୁଣ୍ଡ ରଖି ଶୋଇବା ତେବେ ଆମ ଶରୀରକୁ ଲାଭ ମିଳିବ ସହିତ ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ରହିବ l

ଶୋଇବା ସମୟରେ ଏହି କଥାର ଦୟାନ ରଖନ୍ତୁ –

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଉତର ଦିଗକୁ ମୁଣ୍ଡରଖି ସୋଉଛନ୍ତି ତେବେ ଖରପ ସ୍ୱପ୍ନ ଆସିବା l ତା ସହିତ ଉତର ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ଉଚ ରକ୍ତଚାପର ସମ୍ଭାବନା ରହିଥାଏ l ତେଣୁ ଉତର ଦିଗକୁ ମୁଣ୍ଡକରି ଶୋଇବା ଉଚିତ ନୁହେଁ ଆପଣ ଚାହିଁଲେ ଦକ୍ଷିଣ ଦିଗକୁ ମୁଣ୍ଡକରି ସୋଇ ପାରିବେ l

ଯଦି ଆପଣ ପଶ୍ଚିମ ଦିଗକୁ ମୁଣ୍ଡକରି ସୋଉଛନ୍ତି ତେବେ ଆପଣଙ୍କର ଗୋଡ଼ ପୂର୍ବ ଦିଗକୁ ରହିଥାଏ l ଏହି ଦିଗ ଦେବାଦେବୀଙ୍କର ଦିଗ ଅଟେ l ତେଣୁକରି ଏହା ଠିକ ନୁହେଁ ଆପଣ ଚାହିଁଲେ ପଶ୍ଚିମ ଓ ଉତର ଦିଗର କୋଣକୁ ମୁଣ୍ଡକରି ସୋଇପାରିବେ l

ଯଦି ଆପଣ ପୂର୍ବ ଦିଗକୁ ମୁଣ୍ଡ କରି ସୋଉଛନ୍ତି ତେବେ ବ୍ୟକ୍ତି ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାଏ l ତା ସହିତ କାର୍ଯ୍ୟ କ୍ଷତ୍ରରେ ମଧ୍ୟ ଊଂନ୍ନତି ହୋଇଥାଏ ,ତେଣୁ ଏହି ଦିଗକୁ ମୁଣ୍ଡକରି ଶୋଇବା ଶୁଭ ଅଟେ l ଯଦି ଆପଣ ବ୍ୟବସାୟୀ କିମ୍ବା ଚାକିରିଆ ହୋଇଛନ୍ତି ତେବେ ପୂର୍ବ ଦିଗକୁ ମୁଣ୍ଡ କରି ଶୁଆନ୍ତୁ l ବିଦ୍ୟାର୍ଥୀ ମାନେ ପୂର୍ବ ଦିଗକୁ ମୁଣ୍ଡକରି ଶୋଇଲେ ପାଠ ପଢ଼ାରେ ଏକାଗ୍ରତା ବଢିଥାଏ l ଗୃହକର୍ତ୍ତା ପୂର୍ବ ଦିଗକୁ ମୁଣ୍ଡକରି ଶୋଇବା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପା ରହିଥାଏ l

Show More

Related Articles

Back to top button