ଜୀବନଚର୍ଯ୍ୟା

କେଉଁ ସମୟରେ ଗାୟତ୍ରୀ ମନ୍ତ୍ର ଜପ କଲେ ଶରୀରକୁ ମିଳିବ ଶକ୍ତି ଓ ଲାଭବାନ ହେବେ

ଆସନ୍ତୁ ଜାଣିବା ସେ ବିଷୟରେ-

ଗାୟତ୍ରୀ ମନ୍ତ୍ର ଆମ ହିନ୍ଦୁ ଧର୍ମରେ ଗୋଟିଏ ମହତ୍ୱପୂର୍ଣ୍ଣ ମନ୍ତ୍ର ଅଟେ l କୁହ ଯାଏଯେ ଏହି ମନ୍ତ୍ରକୁ ଉଚ୍ଚାରଣ ଓ ବୁଝିବା ମାଧ୍ୟମରେ ଈଶ୍ୱର ପ୍ରାପ୍ତି ହୋଇଥାନ୍ତି l ଏହି ମନ୍ତ୍ର ଉପାସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ l ଏହି ମନ୍ତ୍ରର ଅନେକ ଗୁଡିଏ ଚମତ୍କାରୀ ଗୁଣ ରହିଛି l ଏହାକୁ ଉଚ୍ଚାରଣ କଲେ ୭ ପ୍ରକାରର ଲାଭ ମିଳିଥାଏ l ଯଥା -ସକାରାତ୍ମକ ଶକ୍ତି ବଢିବା ,ମନ ଧର୍ମ ଓ ସେବା କାର୍ଯ୍ୟରେ ଲାଗିବ ,ଆଶୀର୍ବାଦ ମିଳିବା ,ସମସ୍ତ ପ୍ରକାରର ସିଦ୍ଧି ପ୍ରାପ୍ତ ହେବା ,କ୍ରୋଧ ଶାନ୍ତ ହେବା ,ଖରାପ ଜିନିଷରୁ ମନ ଦୂରେଇବା ଓ ଘରେ ଶାନ୍ତି ଶୃଙ୍ଖଳା ରହିବ l

ଗାୟତ୍ରୀ ମନ୍ତ୍ର କଣ ଆପଣ ମାନେ ସମସ୍ତେ ଜାଣିଛନ୍ତି l ଏହାର ଅର୍ଥ ହେଉଛି ପ୍ରାଣ ସ୍ୱରୂପ ,ଦୁଃଖ ନାଶକ ସୁଖ ସ୍ୱରୂପ ,ପାପ ନାଶକ ,ତେଜସ୍ୱି ଓ ଶ୍ରେଷ୍ଠ ଦେବା ସ୍ୱରୂପ ପରମାତ୍ମାକୁ ଆମେ ଆମ ହୃଦୟରେ ଧାରଣା କରିଛୁ l ସେ ଆମର ସମସ୍ତ ଦୁଃଖ ଦୂର କରି ଆମକୁ ସତ ମାର୍ଗରେ ପ୍ରେରିତ କରିବେ l

ଗାୟତ୍ରୀ ମନ୍ତ୍ର ଜପକରିବାର ସମୟ –

ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ପ୍ରଥମ ପ୍ରହର ହେଲା ସକାଳର ସମୟ l ସୂର୍ଯ୍ୟ ଉଦୟର କିଛି ସମୟ ପୂର୍ବରୁ ଏହି ମନ୍ତ୍ର ଜପ କରିବା ଆବଶ୍ୟକ l ସୂର୍ଯ୍ୟ ଉଦୟ ପରେ ଏହାକୁ ମଧ୍ୟ ଆପଣ ଚାହିଁଲେ ଜପ କରି ପାରିବେ କିନ୍ତୁ ତାହା ଅଟେ ଫଳ ପ୍ରଦ ହେବ ନାହିଁ l ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ଆଉ ଗୋଟିଏ ସମୟ ହେଲା ମଧ୍ୟାନ ସମୟ l ମଧ୍ୟାନ ସମୟରେ ମଧ୍ୟ ଆପଣ ଜପ କରି ପାରିବେ l ତୃତୀୟ ସମୟ ହେଲା ସନ୍ଧ୍ୟା ସମୟ l ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ଏହି ମଯନ୍ତ୍ରକୁ ଜପ କରି ସୂର୍ଯ୍ୟାସ୍ତ ପରେ ଏହାକୁ ସାରି ପାରିବେ l ସନ୍ଧ୍ୟା ସମୟ ବ୍ୟତୀତ ଆପଣ ଯଦି ଅଲଗା ସମୟରେ ଏହାକୁ ଜପକରିବାକୁ ଚାହୁଁଛନ୍ତି ତେବେ ବଡ ପାଟିରେ ଉଚରା ନକରି ମୌନ ରହି ମନେମନେ କରନ୍ତୁ l ଯେବେବି ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି ୧୦୮ ଥର ଜପ କରନ୍ତୁ l ଏହା ଆପଣଙ୍କ ଭିତରବ ସକାରାତ୍ମକ ଭାବ ସୃଷ୍ଟି କରିବା ସହିତ ମନକୁ ଶାନ୍ତ ରଖିବ l

Show More

Related Articles

Back to top button