ଜୀବନଚର୍ଯ୍ୟା

ହିନ୍ଦୁ ଧର୍ମର ପବିତ୍ର ବୃକ୍ଷ ତୁଳସୀ

ହିନ୍ଦୁ ଧର୍ମର ପବିତ୍ର ବୃକ୍ଷ ମାନଙ୍କ ମଧ୍ୟରେ ତୁଳସୀ ସର୍ବଦା ପୂଜ୍ୟ l ପ୍ରତେକଟି ହିନ୍ଦୁ ଘରର ଅଗଣାରେ ଆମେ ତୁଳସୀ ଚଉରା ଦେଖିବାକୁ ପାଇଥାଉ ତୁଳସୀ ଚଉରାକୁ ଆମେ ମା ବୃନ୍ଦାବତୀ ବୋଲି କହିଥାଉ l ସକାଳେ ପ୍ରଥମେ ସ୍ତ୍ରୀ ଲୋକମାନେ ଗାଧୋଇ ସାରି ତୁଳସୀ ମୂଳରେ ପାଣିଦେଇ ପୂଜା ଆରମ୍ଭ କରିଥାନ୍ତି ଓ ସନ୍ଧ୍ୟାରେ ହିନ୍ଦୁ ଗୃହିଣୀ ମାନେ ତୁଳସୀ ଗଛମୂଳେ ଦୀପଜାଳି ନିଜ ପରିବାରର ଶୁଭ ମନlସୀ ଥାନ୍ତି

ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ତୁଳସୀ ପତ୍ର ଅଟେ l ଯେତେବେଳେ ବିଷ୍ଣୁଙ୍କୁ ଭୋଗ କିମ୍ବା ଜଳ ଅର୍ପଣ କରାଯାଏ ସେଥିରେ ତୁଳସୀ ପତ୍ର ପଡିବl ଏକ ବିଧି ରହିଛି l ଏହା ସହିତ ବିଷ୍ଣୁଙ୍କୁ ପ୍ରତ୍ୟକ ଦିନ ତୁଳସୀର ମାଳ ଅର୍ପଣ କରାଯାଏ l ତୁଳସୀ ପତ୍ର ପ୍ରତିଦିନ ଖାଇବା ଦ୍ୱାରା କୌଣସି ପ୍ରକାରର ରୋଗ ଓ ଦୁଃଖ ରୁହେ ନାହିଁ ବୋଲି ପୌରାଣିକ ମତ ରହିଛି l ପ୍ରତିଦିନ ଚାରଟି ତୁଳସୀ ପତ୍ରକୁ ଖାଲିପେଟରେ ଚୋବାଇ ଖାଇଲେ ମଧୁମେହ ,ରକ୍ତଚାପ ଓ ଥଣ୍ଡା କାଶ ଇତ୍ୟାଦି ଦୂର ହୋଇଥାଏ l ଗୋଟିଏ ତମ୍ବା ପାତ୍ରରେ ପାଣିରଖି ଗୋଟିଏ ତୁଳସୀ ପତ୍ର ପକାଇ ଦିଅନ୍ତୁ l ତମ୍ବା ଓ ତୁଳସୀ ଦୁଇଟି ଯାକର ପାଣିକୁ ସୁଦ୍ଧା କରିବାର କ୍ଷମତା ରହିଛି l ଏହି ପାଣିକୁ ପିଇବା ଦ୍ୱାରା ମନଶାନ୍ତ ରହିଥାଏ l

ତୁଳସୀ ଚଉରା ନିକଟରେ ଯଦି ପ୍ରତିଦିନ ଆସନ ପକାଇ କିଛି ସମୟ ବସିବେ ତେବେ ଶ୍ୱାସ ରୋଗରୁ ଆରାମ ମିଳିବ l ଯଦି ଘରେ କୌଣସି ବlସ୍ତୁଦୋଷ ରହିଛି ତେବେ ଘରର ମାଗ୍ନି କୋଣରୁ ନେଇ ବାୟୁକୋଣ ପର୍ଯ୍ୟନ୍ତ ରହିଥିବା ଖାଲି ସ୍ଥାନରେ ତୁଳସୀ ଗଛ ଲଗାଇଲେ ବା ରଖିଲେ ଘରର ବାସ୍ତୁଦୋଷ ଦୂରହୁଏ l ଏହା ମଧ୍ୟ କୁହାଯାଏ ଯେ ଯଦି ଆପଣଙ୍କ ଘରକୁ କୌଣସି ବିପଦ ଆସିବାର ଅଛି ତେବେ ତୁଳସୀଙ୍କୁ ଏହା ପ୍ରଥମେ ଜଣାଯାଏ,ସେହି ସମୟରେ ତୁଳସୀ ସମ୍ପୂର୍ଣ ଭାବରେ ସୁଖୀଯାନ୍ତି l

Show More

Related Articles

Back to top button