ଓଡ଼ିଶାଦେଶଭକ୍ତିମୁଖ୍ୟ ଖବର

କେବେ ଲାଗୁ ହେବ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ବ୍ୟବସ୍ଥା

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ ଯାତନା ସହୁଛନ୍ତି ଶ୍ରଦ୍ଧାଳୁ । ୨୦୨୧ ମସିହା ଅକ୍ଟୋବରରେ ବସିଥିବା ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସେବାୟତ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । କିନ୍ତୁ ବର୍ଷେ ପରେ ବି ତାହା ଘୋଷଣାରେ ରହିଛି । ସେନେଇ ଶ୍ରୀମନ୍ଦିର ପ୍ରଶାସନ କିଛି ପଦକ୍ଷେପ ନେଇଛି ନା ଅନେକ ଥର ବସିଥିବା ପରିଚାଳନା କମିଟି, ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ କିଛି ଆଲୋଚନା ଆଗକୁ ବଢିଛି । ଅନ୍ୟପଟେ ଶ୍ରୀମନ୍ଦିର ଭିତରେ ଅଣସେବାୟତଙ୍କ ପାର୍ଦୁଭାବ ଦିନକୁ ଦିନ ବଢ଼ି ଚାଲିଛି । ତୁରନ୍ତ ପ୍ରଶାସନ ଶ୍ରୀମନ୍ଦିରରେ ଡ୍ରେସକୋଡ୍ ଲାଗୁ କଲେ ସଂସ୍କାର ଆସିପାରିବ ବୋଲି ମତ ପ୍ରକାଶ ପାଇଛି । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳା ଆଣିବାକୁ ହେଲେ ଡ୍ରେସକୋଡ୍ ବ୍ୟବସ୍ଥା ନିହାତି ଆବଶ୍ୟକ ବୋଲି ମତ ରଖିଛନ୍ତି ଛତିଶା ନିଯୋଗ ସଦସ୍ୟ ଗୌରହରି ପ୍ରଧାନ । ଜିଲ୍ଲାପାଳ କହିଛନ୍ତି ଏନେଇ ଆମେ ବିଚାରବିମର୍ଷ ଜାରି ରଖିଛୁ । ଅତିଶୀଘ୍ର ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ଭିତରେ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ ହେଲେ ସେବାୟତଙ୍କ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆସିବ ନିଶ୍ଚୟ ।

Show More

Related Articles

Back to top button