ଦେଶ ବିଦେଶମୁଖ୍ୟ ଖବର

ସାରା ଦେଶରେ ବନ୍ଦ ହୋଇଯାଇଛି ହ୍ୱାଟ୍ସଆପ ସର୍ଭର, ବହୁ ଅସୁବିଧାର ସାମ୍ମୁଖୀନ ହେଉଛନ୍ତି ୟୁର୍ଜରସ୍

ଲୋକପ୍ରିୟ ମେସେଜିଂ ସାଇଟ ହ୍ୱାଟ୍ସଆପର ସର୍ଭର ବନ୍ଦ ହୋଇଯାଇଛି । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ବନ୍ଦ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ଏହାକୁ ନେଇ ଲେକୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି । ମେସେଜ ପଠାଇବା ବେଳେ ଏହା ଯାଉନଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦ୍ୱିପ୍ରହର ୧୨.୩୦ରୁ ହ୍ୱାଟ୍ସଆପ୍ସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପ୍ରଥମେ ହ୍ୱାଟ୍ସଆପ୍ ଗ୍ରୁପରେ ମେସେଜ ପଠାଇବାରେ ଅସୁବିଧା ହୋଇଥିଲା । ପରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ପଠାଇବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ । ଏହାକୁ ନେଇ ଟ୍ୱିଟରରେ ମିମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ଗତ ବର୍ଷ ଫେସବୁକର ସର୍ଭର ବନ୍ଦ ହେବା ଯୋଗୁଁ ହ୍ୱାଟ୍ସଆପ ମଧ୍ୟ ବନ୍ଦ ହୋଇଯାଇଥିଲା । ପୁଣି ଏହିଭଳି ଅସୁବିଧାର ସାମ୍ନା କରୁଛନ୍ତି ୟୁଜର୍ସ । ତେବେ ଯେତେବେଳ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଘୋଷଣା କରାଯାଇନାହିଁ ସେତେବେଳେ ଯାଏ କିଛି ସ୍ପଷ୍ଟ ହୋଇପାରିବ ନାହିଁ ।

Show More

Related Articles

Back to top button