ଦେଶ ବିଦେଶବାଣିଜ୍ୟମନୋରଞ୍ଜନ

ଆସନ୍ତୁ ଜାଣିବା କେମିତି କରିବେ ନିଜର ୱାଟ୍ସଆପ ଚାଟ୍ କୁ ପରମାନେଣ୍ଟ ଡିଲିଟ

ୱାଟ୍ସଆପର ସୁରକ୍ଷା ଅନୁସାରେ ୟୁଜର୍ସଙ୍କ ମଧ୍ୟରେ ହୋଇଥିବା କଥପକଥନକୁ ନେଇ କୌଣସି ତୃତୀୟ ବ୍ୟକ୍ତି ଏହାକୁ ପଢି ପାରିବ ନାହିଁ l କିନ୍ତୁ ନିକଟରେ ବଲିଉଡ କଳାକାର ମାନଙ୍କର ଲିକ ହୋଇଥିବା ଚାଟ୍ ଏହାକୁ ଭୁଲ ପ୍ରମାଣିତ କରୁଛି l

କିପରି ଭାବରେ ଏହି ଚାଟ୍ ଗୁଡିକୁ ସୁରକ୍ଷିତ ରଖାଯାଇ ପାରିବ ଓ ପରମାନେଣ୍ଟ ଭାବରେ କିପରି ଡିଲିଟ କରାଯାଇ ପାରିବ ତାହାକୁ ନେଇ କେତୋଟି କଥାକୁ ଧ୍ୟାନ ରଖାଯିବ ଉଚିତ l

ୱାଟ୍ସଆପ ନିଜର ଗ୍ରାହକ ମାନଙ୍କୁ ଏକ ଆଥେଣ୍ଟିକେସନ ର ସୁବିଧା ଦେଇଛି ଯାହାକୁ ଟୁ ଫ୍ୟାକ୍ଟ ଆଥେଣ୍ଟିକେସନ କୋଡ଼ କୁହାଯାଏ l ଏହି ଆଥେଣ୍ଟିକେସନ କୋଡ଼ ସାହାଯ୍ୟରେ ଆପଣ ନିଜର ୱାଟ୍ସଆପରେ ୬ ଅଙ୍କ ବିଶିଷ୍ଟ ଯେ କୌଣସି ନମ୍ବର ପକାଇ ପାରିବେ l ଏହାର ଅର୍ଥ ଯାହାକି ଯେ କୌଣସି ହ୍ୟାକର ଆପଣଙ୍କ ଚାଟ୍ କୁ ପଢିବାକୁ ଚାହିଁଲେ ଏହି ୬ ଅଙ୍କ ବିଶିଷ୍ଟ କୋଡ଼ର ସାହାଯ୍ୟ ନେବାକୁ ପଡିବ lଆପଣ ନିଜର ୱାଟ୍ସଆପକୁ ଇମେଲ ଆଇଡ଼ିରେ କନେକଟ କରି ରଖି ପାରିବେ ଓ ସେହି ଇମେଲ ଆଇଡି ସାହାଯ୍ୟରେ ଆଉଥରେ ୱାଟ୍ସଆପ ଚାଟ୍ କୁ ରିଷ୍ଟର କରି ପାରିବେ l ଯଦି ଆପଣ କୌଣସି ଡିଲିଟ ହୋଇଥିବା ଚାଟ୍ କୁ ରିଷ୍ଟୋର କରିବାକୁ ଚାହିଁବେ ତେବେ କରି ପାରିବେ ନାହିଁ l କିନ୍ତୁ ଯଦି କାହା ପାଖରେ ଇମେଲ ଆଇଡି ଅଛି ତେବେ ହ୍ୟାକ ହେବାର ସମ୍ଭାବନା ବଢ଼ିଯାଇଥାଏ lଯଦି ଆପଣ ନିଜ ଫୋନରେ ଥିବା ୱାଟ୍ସଆପ ଚାଟ୍ କୁ ଡିଲିଟ କରିବାକୁ ଚାହୁଁଛନ୍ତି ,କିନ୍ତୁ ଫୋଟ ଓ ଅନ୍ୟ ଅବଶକୀୟ ତଥ୍ୟ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ପେଂଡ୍ରାଇଭି ,ଆଡ଼ଡ୍ରାଇଭି ,ମାଇକ୍ରୋ ଏସଡି କାର୍ଡ ମେମୋରୀ କାର୍ଡରେ ଟ୍ରାନ୍ସଫର କରିପାରିବେ lଯଦି ଆପଣ ଆଣ୍ଡ୍ରୋଏଡ ଫୋନ ବ୍ୟବହାର କରୁଛନ୍ତି ଓ ଆଇଫୋନକୁ ୱାଟ୍ସଆପ ଚାଟ୍ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ତାହା ହୋଇପାରିବ ନାହିଁ l

Show More

Related Articles

Back to top button