Breaking PLUSଦେଶ ବିଦେଶମୁଖ୍ୟ ଖବର

ରକ୍ତଦାନ ମହତଦାନ

ଅକ୍ଟୋବର ୧: ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ଜଣେ ବ୍ୟକ୍ତିଙ୍କ ଜୀବନରେ ସୁରକ୍ଷିତ ରକ୍ତର ଆବଶ୍ୟକତା ଓ ମହତ୍ୱ ବିଷୟରେ ଦର୍ଶାଇବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ଭାରତରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଏ ।୧୯୭୫ ମସିହାରେ ପ୍ରଥମେ ଏହି ଦିବସ ଭାରତୀୟ ରକ୍ତ ସଂଚାରଣ ସମିତି ଦ୍ୱାରା ପାଳିତ ହୋଇଥିଲା । ପ୍ରତିବର୍ଷ ରକ୍ତ ଅଭାବରୁ ଅନେକ ରୋଗୀଙ୍କ ପ୍ରାଣ ଚାଲିଯାଏ ।ଦୈନନ୍ଦିନ ଘଟୁଥିବା ଦୁର୍ଘଟଣା,ରୋଗ,ଆଘାତ,ଅସ୍ତ୍ରୋପଚାର,ଶିଶୁଜନ୍ମ,କର୍କଟ,ଥାଲାସେମିଆ,ହେମୋଫିଲିଆ,ଓ ରକ୍ତହୀନତା ପ୍ରଭୃତି କାରଣରୁ ପ୍ରତି ୮୦ସେକେଣ୍ଡରେ ଜଣେ ରକ୍ତ ଆବଶ୍ୟକ କରିଥାଏ । ଯେହେତୁ ଆମ ରକ୍ତର କୋଣସି ଉପଯୁକ୍ତ ବିକଳ୍ପ ନାହିଁ କିମ୍ବା ଏହାକୁ କୃତ୍ରିମଭାବେ କୌଣସି କାରଖାନାରେ ତିଆରି କରାଯାଇପାରିବ ନାହିଁ; ରକ୍ତର ଅଭାବକୁ ଦୂର କରିବା ପାଇଁ କେବଳ ଆମମାନଙ୍କର ସ୍ୱେଚ୍ଛାକୃତ ରକ୍ତଦାନ ହିଁ ସବୁଠାରୁ ସହଜ ଓ ନିରାପଦ ମାଧ୍ୟମ ।ଜଣେ ପୁରୁଷ ପ୍ରତି ତିନିମାସରେ ଓ ଜଣେ ମହିଳା ପ୍ରତି ଚାରିମାସରେ ଥରେ ବିନା ସମସ୍ୟାରେ ରକ୍ତଦାନ କରିପାରିବେ । ପ୍ରତ୍ୟେକ ସୁସ୍ଥବ୍ୟକ୍ତି୧୮ରୁ୬୫ବର୍ଷ ମଧ୍ୟରେ ବୟସ ହୋଇଥିବ,ଓଜନ ୪୫କେ.ଜିରୁ ଅଧିକ ଥିବ,ରକ୍ତରେ ହେମୋଗ୍ଲୋବିନ୍ ପରିମାଣ ଅନ୍ୟୁନ ୧୨.୫ଗ୍ରାମ୍ ଥିବ,ପଲ୍ସ ପ୍ରତି ମିନିଟ୍କୁ ୬୦ରୁ ୧୦୦ଥର ନିୟମିତ ଥିବ,ରକ୍ତଚାପ- ସିସ୍ଟୋଲିକ ୧୦୦ରୁ୧୬୦ ମି.ମି.ଓ ଡାୟୋଷ୍ଟୋଲିକ୍ ୬୦ରୁ ୧୦୦ମି.ମି. ଥିବ ଓ ଶରୀରର ତାପମାତ୍ରା ୩୭.୫ ସେଲ୍ସିୟସରୁ କମ୍ଥିବା ଆବଶ୍ୟକ । ମହିଳାମାନେ ଋତୁସ୍ରାବ, ଗର୍ଭଧାରଣ,ଗର୍ଭପାତର ତିନିମାସ ମଧ୍ୟରେ ଏବଂ ଶିଶୁକୁ ସ୍ତନ୍ୟପାନ ସମୟରେ(ଏକ ବର୍ଷ ପର୍ଯ୍ୟନ୍ତ) ରକ୍ତଦାନ କରିପାରିବେ ନାହିଁ । ଅନ୍ୟାନ୍ୟ ସାଧାରଣ ରୋଗରେ ପୀଡ଼ିତ ହୋଇ ଚିକିସôା ଦ୍ୱାରା ଉପଶମ ହେବାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତଦାନ କରିପାରିବେ ।

 

ଯଦି ୬ ମାସ ମଧ୍ୟରେ କୋଣସି ଗୁରୁତର ଅସ୍ତ୍ରୋପଚାର ଏବଂ ୩ ମାସ ମଧ୍ୟରେ କୋଣସି ସାମାନ୍ୟ ଅସ୍ତ୍ରୋପଚାର ହୋଇଥାଏ ତେବେ ରକ୍ତଦାନ କରିବା ଉଚିତ ନୁହେଁ ।ଏଚ.ଆଇ . ଭି /ଏଡ଼ସ, ସିଫିଲିସ୍ ,ଶ୍ୱାସ,ଥାଇରଏଡ଼,ହୃଦ୍ ରୋଗ,ଅପସ୍ମାର ଇତ୍ୟାଦି ମାରାତ୍ମକ ରୋଗରେ ପୀଡ଼ିତ ବ୍ୟକ୍ତି କେବେ ମଧ୍ୟ ରକ୍ତଦାନ କରିପାରିବେ ନାହିଁ ।ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିର କୋଲେଷ୍ଟରାଲ୍ ପରିମାଣ ନିୟନ୍ତ୍ରଣରେ ରହିବା ସହ ହୃଦରୋଗ, ଉଚ୍ଚ ରକ୍ତଚାପଜନିତ ସମସ୍ୟା ଓ ମଧୁମେହ ହେବାର ଆଶଙ୍କା କମ୍ଥାଏ ଏବଂ ଅସ୍ଥିମଜ୍ଜା ଅଧିକ ସକ୍ରିୟ ଓ କାର୍ଯକ୍ଷମ ହୁଏ । ପୁନଶ୍ଚ ନିୟମିତ ରକ୍ତଦାନ ଦାରାଏଡ଼ସ୍ ରୋଗ ସଂକ୍ରମିତ ହେବାର କୌଣସି ସମ୍ଭାବନା ନଥାଏ ।

ସାଧାରଣତଃ ଲୋକମାନଙ୍କ ମଧ୍ୟରେ ରକ୍ତଦାନକୁ ନେଇ କିଛି ଭ୍ରାନ୍ତ ଧାରଣା ରହିଥାଏ । ଯଥା-ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ, ଶରୀର ସନ୍ତୁଳନରେ ବ୍ୟାଘାତ ସୃଷ୍ଟି ହୁଏ, ଓଜନ ବଢିଯାଏ, ବିଭିନ୍ନ ପ୍ରକାର ରୋଗ ହୁଏ,ସଂଗୃହୀତ ରକ୍ତକୁ ରକ୍ତଭଣ୍ଡାରରେ ନଷ୍ଟ କରିଦିଆଯାଏ ଇତ୍ୟାଦି । ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ହେଲାପରେ ଏହା ରକ୍ତ ଭଣ୍ଡାରରେ ଆଂଟି କୋଆଗୁଲାଂଟ୍ ଦ୍ରବଣ ମିଶ୍ରଣ ପୂର୍ବକ ୨ଂ ରୁ ୬ଂ ଉତାପରେ ୩୫ ଦିନ ପର୍ଯନ୍ତ ସଂରକ୍ଷିତ ରହେ ।ଜଣେ ବ୍ୟକ୍ତିର ଶରୀରରୁ ଥରକେ ମାତ୍ର ୩୫୦ ମିଲି ଲିଟର ରକ୍ତ ସଂଗ୍ରହ ହୁଏ ।ରକ୍ତଦାନ କରିସାରିବା ପରେ ରକ୍ତଦାତା ସାମାନ୍ୟ ବିଶ୍ରାମପରେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିପାରିବେ । ମାତ୍ର ବିଶ୍ରାମ ନ ନେଇ ହଠାତ୍ ଉଠିପଡିଲେ ,ରାତି ଅନିଦ୍ରା କିମ୍ବା ଖାଲି ପେଟରେ ରକ୍ତଦାନ କଲେ କିଛି ବ୍ୟକ୍ତି ସଂଜ୍ଞାହୀନ ହେବାର ଦେଖାଯାଏ ।

ରକ୍ତଦାନ କରିବାର ୩୦ ମିନିଟ୍ ପରେ ଜଣେ ସାଧାରଣ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରେ । ରକ୍ତଦାନର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନ ଥାଏଣ୍ଟାରକ୍ତଦାନ କଲାବେଳେ ଅନ୍ୟର ଜୀବନ ରକ୍ଷା କରୁଥିବାରୁ ରକ୍ତଦାତା ଅନେକ ଆତ୍ମତୃପ୍ତି ଓ ଅଦ୍ଭୁତ ଆନନ୍ଦ ଅନୁଭବ କରେ ।ଅନ୍ୟାନ୍ୟ ସମସ୍ତ ଦାନ ଅପେକ୍ଷା ରକ୍ତଦାନ ମହତ ଦାନ ବୋଲି ବିବେଚନା କରାଯାଏ । କାରଣ ଅନ୍ୟାନ୍ୟ ଦାନ ଯଥା-ଅର୍ଥଦାନ, ଭୂମିଦାନ,କନ୍ୟାଦାନ,ବସ୍ତ୍ରଦାନ,ଖାଦ୍ୟଦାନ, ଜଳଦାନ ,ସମ୍ପତିଦାନ ଇତ୍ୟାଦିରେ ସଂପୃକ୍ତ ଦାତା ଜାଣିଥାଏ ତା’ଦାନର ଗ୍ରହୀତା କିଏ । ମାତ୍ର ରକ୍ତଦାନ କରିଥିବା ବ୍ୟକ୍ତି ଜାଣେନାହିଁ ସେ ଦାନ କରିଥିବା ରକ୍ତ କେଉଁ ରୋଗୀର ଅମୂଲ୍ୟ ଜୀବନ ବଂଚାଇବ ।ଏହି ପରିପ୍ରେକ୍ଷୀରେ ରକ୍ତ ସଂଗ୍ରହ ହେଲାପରେ ରକ୍ତଭଣ୍ଡାର ପରୀକ୍ଷାଗାରରେ ଆବଶ୍ୟକୀୟ ପରୀକ୍ଷା କରାଯାଇ ଡାକ୍ତରଙ୍କ ପରାମର୍ଶକ୍ରମେ ରୋଗୀଙ୍କୁ ଦିଆଯାଏ ।ସେଥିପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତ ରୋଗୀକୁ ସିଧାସଳଖ ଦିଆଯାଏନାହିଁ ।ରକ୍ତଦାନ ମାଧ୍ୟମରେ ରକ୍ତଦାତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ ହୋଇଯାଇଥାଏ । ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ପରେ ରକ୍ତଭଣ୍ଡାରରେ ଜଣ୍ଡିସ୍ (ହେପାଟାଇଟିସ୍ ବି ଓ ସି),ମ୍ୟାଲେରିଆ, ଏଚ୍ .ଆଇ . ଭି ./ଏଡ଼ସ, ଯୋନରୋଗ ସଂପର୍କିତ ପରୀକ୍ଷା ଓ ରକ୍ତବର୍ଗ ଚିହ୍ନଟ ଆଦି ପରୀକ୍ଷା କରାଯାଏ ।

ରକ୍ତଦାନ କରିବା ପୂର୍ବରୁ ରାଜ୍ୟ ରକ୍ତ ସଂଚାରଣ ପରିଷଦ ତରଫରୁ ପ୍ରସ୍ତୁତ ଏକ ସମ୍ମତି ଫର୍ମରେ ରକ୍ତଦାତା ନିଜର ନାମ,ଠିକଣା,ମୋବାଇଲ୍ ନମ୍ବରଓ ଅନ୍ୟାନ୍ୟ ସୂଚନା ଦେଇଥାନ୍ତି ।ଯଦି ଜଣେ ରକ୍ତଦାତାଙ୍କ ସଂଗୃହୀତ ରକ୍ତରେ ପରୀକ୍ଷାଗାରରେ କୌଣସି ଅସ୍ୱାଭାବିକତା ବା ରୋଗ ପରିଲକ୍ଷିତ ହୁଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଫୋନ୍ ଯୋଗେ ଜଣାଇଦିଆଯାଏ ।ଫଳରେ ଆବଶ୍ୟକୀୟ ଚିକିସôା କରାଯାଇ ସେ ଆରୋଗ୍ୟ ହୋଇପାରିବେ ।ତେଣୁ ବାରଂବାର ରକ୍ତଦାନ କଲେ ମାଗଣାରେ ନିଜର ସ୍ୱାସ୍ଥ୍ୟ ଯାଂଚହେବା ସହିତ ଆମକୁ ସୁସ୍ଥ ରହିବାରେ ଏହା ସାହାଯ୍ୟ କରେ ଓ ସମାଜ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।

ଜଣେ ସ୍ୱେଛାକୃତ ରକ୍ତଦାତା ନିଜ ଇଚ୍ଛାରେ ରକ୍ତ,ପ୍ଲାଜମା,କିମ୍ବା ସେଲୁଲାର ଉପାଦାନ ଦାନ କରନ୍ତି ଓସେଥିପାଇଁ କୌଣସି ଦେୟ (ନଗଦ କିମ୍ବା ଅର୍ଥର ବିକଳ୍ପ ଆକାରରେ)ଗ୍ରହଣ କରନ୍ତି ନାହିଁ । କେତେକାଂଶ ଲୋକେ ଆୟୋଜିତ ଶିବିରମାନଙ୍କରେ ରକ୍ତଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି । ସେମାନଙ୍କ ଧାରଣା- ନିଜ ପରିବାର ବା ବନ୍ଧୁଙ୍କ ରକ୍ତ ଆବଶ୍ୟକତା ସମୟରେ ନିଜେ ଯାଇ ରକ୍ତଭଣ୍ଡାରରେ ରକ୍ତଦେବା ଅଧିକ ଭଲହେବ । ମାତ୍ର ଅଧିକାଂଶ ସମୟରେ ରୋଗୀର ରକ୍ତଗୃପ୍ ସେହି ରକ୍ତଭଣ୍ଡାରରେ ସଂଚିତ ନ ଥିବାରୁ ଏବଂ ଆବଶ୍ୟକୀୟ ରକ୍ତଦାତା ନ ମିଳିବାରୁ ରୋଗୀର ଅବସ୍ଥା ସଂକଟାପନ୍ନ ହୁଏ ବା ସ୍ଥଳବିଶେଷରେ ସେ ମୃତ୍ୟୁମୁଖରେ ପଡେ ।ସେଥିପାଇଁ ଅଧିକ ସଂଖ୍ୟାରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ସ୍ଥାନୀୟ ଜନସାଧାରଣ ବିଶେଷକରି ଯୁବପୀଢିମାନଙ୍କୁ ଏହି ମହତ କାର୍ଯ୍ୟରେ ସାମିଲ୍ କରିବା ସହିତ ନିକଟସ୍ଥ ରକ୍ତଭଣ୍ଡାରରେ ଯଥେଷ୍ଟ ରକ୍ତ ଗଚ୍ଛିତ ରଖିବା ଉଚିତ ।ଜଣେ ବ୍ୟକ୍ତି ଥରେ ରକ୍ତଦାନ କରି ସାରିବା ପରେ ଏହାର ମହତ୍ୱ ଅନୁଭବ କରିବା ସହ ପରବର୍ତୀ ସମୟରେ ନିୟମିତ ରକ୍ତଦାନ କରିବାକୁ ସ୍ୱତଃ ଆଗ୍ରହୀ ଥାଏ ।

Tags
Show More

Related Articles

Back to top button
Close