ଜୀବନଚର୍ଯ୍ୟାସ୍ୱତନ୍ତ୍ର

ସ୍ୱପ୍ନରେ ଏହିସବୁ ଧାତୁ ଦେଖିବା ଦ୍ୱାରା କଣ ସୂଚନା ମିଳିଥାଏ

ପ୍ରତ୍ୟକ ମନୁଷ୍ୟ ନିଦ୍ରା ଯିବା ପରେ କିଛି ନା କିଛି ସ୍ୱପ୍ନ ଦେଖିଥାଏ । ଶୟନ ସମୟରେ ଏହି ସ୍ୱପ୍ନ ଦେଖିବା ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସ୍ୱପ୍ନ ଦେଖିବା ଜଣେ ମନୁଷ୍ୟର ଆଗାମୀ ଦିନରେ ଭଲ ଏବଂ ଖରାପ ସମୟକୁ ସୂଚାଇଥାଏ।

ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ଧାତୁ ଦେଖିବା କ’ଣ ସୂଚାଇଥାଏ।

  • ସୁନା – ସ୍ୱପ୍ନ ଶାସ୍ତ୍ର ସ୍ୱପ୍ନରେ ସୁନା ଦେଖିବା ଅଶୁଭ ସ୍ୱପ୍ନ ଭାବରେ ବିବେଚନା କରାଯାଏ ବୋଲି ସ୍ୱପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି । ସ୍ୱପ୍ନରେ ସୁନା ଦେଖିବା ଧନ ହାନି ହେବା ସୂଚାଇଥାଏ। ଏହା ବ୍ୟତୀତ ଏହି ସ୍ୱପ୍ନ ମଧ୍ୟ ପରିବାରର ଅସୁବିଧା ହେବାକୁ ସୂଚନା ଦେଇଥାଏ।
  • ରୂପା– ସ୍ୱପ୍ନରେ ରୂପା ଧାତୁ ଦେଖିଲେ ଭବିଷ୍ୟତରେ  ଭଲ ଖବର ମିଳିବାର ସମ୍ଭାବନା ଥାଏ। ଏହି ସ୍ୱପ୍ନ ସୂଚିତ କରେ ଯେ ଆପଣଙ୍କ ଘରକୁ ଅତିଥି ଆସିବାକୁ ଯାଉଛନ୍ତି। ଯଦି ଆପଣ ବିବାହିତ ନୁହଁନ୍ତି ତେବେ ଜଣେ ଭଲ ସାଥୀ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
  • ତମ୍ବା – ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯେଉଁମାନେ ସ୍ୱପ୍ନରେ ତମ୍ବା ଦେଖନ୍ତି ସେମାନଙ୍କ ପାଇଁ ଏହା ଶୁଭ ସଙ୍କେତ ହୋଇଥାଏ। ଏହି ସ୍ୱପ୍ନ ସୂଚାଇଥାଏ ଯେ ଯେଉଁ ଲକ୍ଷ୍ୟ ପାଇଁ ଆପଣ କଠିନ ପରିଶ୍ରମ କରୁଛନ୍ତି, ସେହି ଲକ୍ଷ୍ୟ ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି।
  • ଲୁହା – ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ଲୁହା ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି, ଆପଣ ଆଗାମୀ ଦିନରେ ନିଜର ପରିଶ୍ରମର ଭଲ ଫଳ ପାଇବାକୁ ଯାଉଛନ୍ତି। ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି। ଏହା ବ୍ୟତୀତ ଆପଣ ଶାରୀରିକ ଭାବରେ ମଧ୍ୟ ସୁସ୍ଥ ଅନୁଭବ କରିବେ।
  • ପିତ୍ତଳ – ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ପିତ୍ତଳ ଧାତୁ ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କୁ ସୁଖ-ସମୃଦ୍ଧି ପ୍ରାପ୍ତ ହେବ।
Show More

Related Articles

Back to top button