Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଦୁଇଦିନ ଛୁଟି

ସମ୍ବଲପୁର : ସମ୍ବଲପୁର ଓ ବରଗଡ଼ ଜିଲା ସହ ସୁନ୍ଦରଗଡ଼ ସଦର ଉପଖଣ୍ଡରେ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧କୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପତ୍ର ସଂଖ୍ୟା ୨୯୮/ତା ୧୮.୯.୨୦୨୩ରେ ଏନେଇ ସଂପୃକ୍ତ ଜିଲାର ଜିଲାପାଳମାନଙ୍କୁ ସୂଚିତ କରାଯାଇଛି।

ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ଝାରସୁଗୁଡ଼ା ଜିଲା ଏବଂ ସୁନ୍ଦରଗଡ଼ ଜିଲାର ପାନପୋଷ ଓ ବଣାଇ ଉପଖଣ୍ଡ ପାଇଁ ସେପ୍ଟେମ୍ବର ୨୧ ତାରିଖକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସ୍ଥାନୀୟ ଛୁଟି ଭାବରେ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କ ପ୍ରସ୍ତାବକ୍ରମେ ଛୁଟି ଘୋଷଣା କରିଥିଲେ। ନୂତନ ଘୋଷଣାନାମା ପରେ ନୂଆଁଖାଇ ପାଳିତ ହେଉଥିବା ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ନୂଅଁାଖାଇ ବାସି ଛୁଟି ଘୋଷଣା ହୋଇଯାଇଛି।

Show More

Related Articles

Back to top button