Breaking PLUSଦେଶ ବିଦେଶମନୋରଞ୍ଜନ

ପଶ୍ଚିମବଙ୍ଗରେ ଅକ୍ଟୋବର ୧ ତାରିଖରୁ ଖୋଲିବ ସିନେମା ହଲ୍‌ :ମମତା ବାନାର୍ଜୀଙ୍କ ଗ୍ରୀନ୍ ସିଗନାଲ

ପଶ୍ଚିମବଙ୍ଗରେ ଅକ୍ଟୋବର ୧ ତାରିଖରୁ ଖୋଲିବ ସିନେମା ହଲ୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଏନେଇ ଅନୁମତି ପ୍ରଦାନ କରିଛନ୍ତି।

ପଶ୍ଚିମବଙ୍ଗରେ ଅକ୍ଟୋବର ୧ ତାରିଖରୁ ଖୋଲିବ ସିନେମା ହଲ୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଏନେଇ ଅନୁମତି ପ୍ରଦାନ କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ରାଜ୍ୟରେ ଜୀବନଧାରଣକୁ ସାଧାରଣ କରିବାପାଇଁ ଅନ୍ୟ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଯାତ୍ରା, ନାଟକ, ଓପନ ଥିଏଟର, ସିନେମା ହଲ, ସଂଗୀତ, ଡାନ୍ସ ଆଦି ଶୋ’କୁ ଅକ୍ଟେବାର ୧ ତାରିଖରୁ ଆରମ୍ଭ କରିବାକୁ ଅନୁମତି ଦିଆଗଲା। ଏଣୁ ପ୍ରାୟ ସାଢ଼େ ସାତ ମାସ ପରେ ପଶ୍ଚିମବଙ୍ଗରେ ଖୋଲିବ ସିନେମା ହଲ।ତଥାପି ଏସବୁ ପାଇଁ ଲୋକଙ୍କୁ ମମତାଙ୍କ କିଛି ନିୟମାବଳୀ ମଧ୍ୟ ପାଳନ କରିବାକୁ ହେବ।

CM of West Bengal
CM of West Bengal

୫୦ ପ୍ରତିଶତ ଲୋକଙ୍କୁ ନେଇ ଏସବୁ କିଛି ପରିଚାଳିତ ହେବ। ଏହା ସହ ମାସ୍କ, ସାମାଜିକ ଦୂରତ୍ବ ତଥା କରୋନାକୁ ନେଇ ଥିବା ଅନ୍ୟ ଗାଇଡଲାଇନ୍ସ ପାଳନ କରିବାକୁ ହେବ।କରୋନା ଭାଇରସ ସାମ୍ନାକୁ ଆସିବା ପରେ ମାର୍ଚ ମାସରୁ ଦେଶବ୍ୟାପି ଲକଡାଉନ କରାଯାଇଥିଲା। ସବୁ ସ୍କୁଲ, କଲେଜ, ସିନେମା ହଲ, ବସ. ଟ୍ରେନ ସହ ତମାମ ବଜାର ମଧ୍ୟ ବନ୍ଦ ହୋଇଥିଲା। ଜୁନ ମାସରୁ ସରକାରଙ୍କ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାରୁ ଧୀରେ ଧୀରେ ଦୋକାନ ବଜାର ଖୋଲିବା ସହ ଅନ୍ୟ କାର୍ଯ୍ୟ ଆରମ୍ଭ ହେଲା। ଏ ଭିତରେ ଅନେକ ଜିନିଷ ଖୋଲିବାକୁ ଅନମତି ମିଳିଥିବା ବେଳେ ସିନେମା ହଲ ଓ ସ୍କୁଲ ବନ୍ଦ ଥିଲା। ଏହା ସହ ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୨୧ରେ ସ୍କୁଲ ଖୋଲି ଦିଆଯାଇଛି ଏ​‌ବେ ସେଠାରେ ସିନେମା ହଲ୍ ଖୋଲିବାକୁ ଅନୁମତିକୁ ଦେଖି ଅନୁମାନ କରାଯାଉଛି ଯେ ହୁଏତ ଅକ୍ଟୋବରରୁ ଅନ୍ୟ ରାଜ୍ୟରେ ମଧ୍ୟ ସିନେମା ହଲ ଖୋଲିବାକୁ ଅନୁମତି ମିଳିପାରେ।

Show More

Related Articles

Back to top button