ଓଡ଼ିଶାମୁଖ୍ୟ ଖବର

ଆଜି ଜେଇଇ ଆଡଭାନ୍ ପରୀକ୍ଷା

JEE Advance 2020
JEE Advance 2020

ଚଳିତ ବର୍ଷ ଜେଇଇ ଆଡଭାନ୍ସ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।ଏଥିପାଇଁ ସାରା ଦେଶରେ ୧.୬୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପେପର-୧ ପାଇଁ ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିବ। ପେପର-୨ ପାଇଁ ଦ୍ୱିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ୫.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କୋଭିଡ଼ କଟକଣାକୁ ପାଳନ କରାଯାଇ ପରୀକ୍ଷା କରିବାକୁ ଆଇଆଇଟି ଦିଲ୍ଲୀ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। କେନ୍ଦ୍ର ଭିତରକୁ ପରୀକ୍ଷାର୍ଥୀ ପ୍ରବେଶ କରିବା ସମୟରେ ହାତକୁ ସାନିଟାଇଜ୍‍ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ପରିସରରେ କୌଣସି ଅଭିଭାବକ ଏବଂ ଛାତ୍ରଛାତ୍ରୀ ଗହଳି କରିପାରିବେ ନାହିଁ। କରୋନା କଟକଣାକୁ ଲକ୍ଷ୍ୟ କରି ଏବର୍ଷ ଦେଶର ୨୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏସବୁ ସହରଗୁଡିକରେ ୧୧୫୦ଟି କେନ୍ଦ୍ର ହୋଇଛି। ଗତବର୍ଷ ୧୬୪ଟି ସହରରେ ୬୦୦ଟି କେନ୍ଦ୍ର କରାଯାଇ ଥିଲା। ସେହିପରି ଓଡ଼ିଶାରେ ଜେଇଇ ଆଡଭାନ୍ସ ପରୀକ୍ଷା ନିମନ୍ତେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବା ଜଣାପଡ଼ିଛି।

Show More

Related Articles

Back to top button