Breaking PLUSଓଡ଼ିଶାମୁଖ୍ୟ ଖବର

ବଦଳିବ ପାଗ, ୨୫ରୁ ହେବ ବର୍ଷା

ଆଗାମୀ ୨୫ ତାରିଖରେ ରାଜ୍ୟରେ ପାଗ ବଦଳିବ । ଅଭାବୀ ବର୍ଷାରେ ଯୁଝୁଥିବା ଚାଷୀକୁଳକୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି ।

ଶେଷ ପର୍ଯାୟରେ ପହଞ୍ଚିଥିବା ଧାନ ରୁଆ, ବେଉଷଣକୁ ଏହା ସୁହାଇବ ବୋଲି ଆଶା କରାଯାଉଛି । ସେପଟେ ବଙ୍ଗୋପସାଗର ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସମେତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି ।ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ରାଜ୍ୟରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୫, ୨୬, ୨୮, ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ । ୨୯, ୩୦ ଓ ୩୧ ତାରିଖରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦିନକୁ ୭୦ରୁ ୮୦ ମିଲିମିଟର ବର୍ଷା ହେବ ।

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବଳୟ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଭଲ ବର୍ଷା ଥିଲେ ବି ନିଅଣ୍ଟିଆ ବର୍ଷା ସମସ୍ୟାକୁ ଏହା ପୂରଣ କରିବନି ବୋଲି ସେ କହିଛନ୍ତି ।ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ହେବ । ୨୬ ତାରିଖରେ ମଧ୍ୟ ଭଲ ବର୍ଷା ହେବ । ୨୭ ତାରିଖରେ ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜରେ ଭୀଷଣ ବର୍ଷା ହେବ ବୋଲି ଆକଳନ କରାଯାଇଛି

Show More

Related Articles

Back to top button