Breaking PLUSପାଣିପାଗ

ଆସନ୍ତା ୯ରେ ସମ୍ଭାବ୍ୟ ଲଘୁଚାପ ନେଇପାରେ ବାତ୍ୟାର ରୂପ!

ଆସନ୍ତା ୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ! ସେହି ସମ୍ଭାବ୍ୟ ଲଘୁଚାପ ପୁଣି ବାତ୍ୟାର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ହୋଇ ଏହା ଶକ୍ତିଶାଳୀ ହେବାସହ ୧୦ ରାତି କିମ୍ବା ୧୧ ତାରିଖ ସକାଳେ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ସୃଷ୍ଟି ହେବା ନେଇ ବର୍ତ୍ତମାନ ସବୁ ପ୍ରକାର ସ୍ଥିତି ଅନୁକୂଳ ରହିଛି । ସମୁଦ୍ର ତାପମାତ୍ରା ଅଧିକ ଥିବା ସହିତ ବର୍ତ୍ତମାନ ବାତ୍ୟା ଅନୁକୂଳ ସ୍ଥିତି ଜାରି ରହିଛି । ତେଣୁ ସମ୍ଭାବ୍ୟ ଲଘୁଚାପଟି ବାତ୍ୟାରେ ପରିଣତ ହୋଇପାରେ ବୋଲି ବିଭିନ୍ନ ମଡେଲ୍ ଆଶଙ୍କା ପ୍ରକାଶ କରିଛି ।

୯ ତାରିଖ ସୃଷ୍ଟି ହେବାକୁ ଥିବା ଲଘୁଚାପ ଟି ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ଜିଏଫଏସ୍ ମଡେଲ୍ ସହିତ ଗ୍ଲୋବାଲ ଜିଫିଏସ୍ ଓ ଏନ୍‌ସିଏମଆର୍‌ଡବ୍ଲ୍ୟୁଏଫର ଏନ୍‌କମ୍ ମଡେଲ୍ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ମଡେଲ୍‌ଗୁଡ଼ିକ ସହିତ ଘରୋଇ ପାଣିପାଗ ସଂସ୍ଥା ‘ଆକ୍ୟୱେଦର’ର ଆନ୍ତର୍ଜାତିକ ଫୋର୍କାଷ୍ଟି ମ୍ୟାନେଜର ଜ୍ୟାସନ ନିକୋଲାସ ମଧ୍ୟ ବାତ୍ୟା ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ନିକୋଲାସ ଟୁଇଟ୍ ଯୋଗେ ଲେଖିଛନ୍ତି ଯେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ସ୍ଥଳଭାଗ ଅତିକ୍ରମ କରିବା ପୂର୍ବରୁ ଅବପାତ କିମ୍ବା ବାତ୍ୟାର ରୂପ ନେବ । ସମ୍ଭବତଃ ଏହା ଦକ୍ଷିଣପୂର୍ବ ଭାରତ କିମ୍ବା ଶ୍ରୀଲଙ୍କା ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ସେ କହିଛନ୍ତି ।

ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ରହିବ ନାହିଁ ବୋଲି ପ୍ରାଥମିକ ଆକଳନ କରାଯାଇଛି । ବାତ୍ୟାଟି ତାମିଲନାଡୁ ଓ ଶ୍ରୀଲଙ୍କା ଆଡ଼କୁ ମୁହାଁଇବା ସହିତ ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ମଡେଲ ସହିତ ବିଦେଶୀ ପାଣିପାଗ ବୈଜ୍ଞାନିକମାନେ ମତ ଦେବା ସହିତ ସମ୍ଭାବ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Show More

Related Articles

Back to top button