Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

୧୧୯ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମ ସମ୍ମାନରେ ସମ୍ମାନୀତ

୧୧୯ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯଇଛି । ତେବେ ତାଲିକା ମଧ୍ୟରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୨୯ ଜଣ ମହିଳା, ୧୬ ଜଣ ପୋଷ୍ଟମ୍ୟୁସ୍ ପୁରସ୍କାର ପ୍ରାପ୍ତ ଏବଂ ଜଣେ ଟ୍ରାନ୍ସଜେଣ୍ଡର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଗାୟକ ଦିବଂଗତ ଏସପି ବାଲାସୁବ୍ରମଣ୍ୟମ୍, ଓଡ଼ିଶାର ବାଲୁକା କଳାକାର ସୁଦର୍ଶନ ସାହୁ, ପ୍ରତ୍ନତତ୍ତ୍ୱବିତ୍ ବି.ବି ଲାଲଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ତରୁଣ ଗୋଗୋଇଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।

ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ସଚିବ ଶ୍ରୀପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିବଂଗତ ନେତା ରାମ ଭିଲାସ ପାସୱାନ,ଏବଂ ଧାର୍ମିକ ନେତା କେବୁଲ ସାଦିକଙ୍କ ସମେତ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୦୨ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଗୋଆର ପୂର୍ବତନ ରାଜ୍ୟପାଳ ତଥା ଦିବଂଗତ ନେତା ମ୍ରିଦୁଲା ସିହ୍ନା , ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍, ପିତା ୱେଲ୍ସ ପ୍ରଫେସର ଚମାନ ଲାଲ ସାପ୍ରୁ ମଧ୍ୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Show More

Related Articles

Back to top button