Breaking PLUSଓଡ଼ିଶାପାଣିପାଗ

ରାଜ୍ୟରେ ଆସନ୍ତା ୪ ଦିନ ବର୍ଷା !

ବର୍ଷା ପରେ ବଢ଼ିବ ଶୀତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ରାତି ତାପମାତ୍ରା ବୃଦ୍ଧି ପାଇଛି । ପ୍ରାୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢିଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଏବେ ୨୨ ଡିଗ୍ରି ରହିଛି, ଯାହାକି ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ।

ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ରାଜ୍ୟରେ ଏବେ ପାରଦସ୍ତର ଖସିବାର ସମ୍ଭାବନା ନାହିଁ । ୪ ଦିନ ପରେ ବର୍ଷା କମି‌ଲେ, ଶୀତ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପୂର୍ବା ପବନ ପ୍ରଭାବରେ ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ ୨୨ ତାରିଖ ଦିନ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ଏହାସହ ୨୩ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ଅଞ୍ଚଳରେ ବର୍ଷା ହେବ ।

୨୪ ତାରିଖ ଦିନ ବିଶେଷ ଭାବେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷିବା ସହ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବି‌ଶେଷ ବର୍ଷାର ସମ୍ଭାବନା ରହିଛି ।

ଏବେ ରାଜ୍ୟର ପାଗ ମେଘୁଆ ରହିବ । ଫଳରେ ଶୀତ ବଢ଼ିବାର ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଇପାରେ । ୪ ଦିନ ପରେ ଧୀରେଧୀରେ ରାଜ୍ୟର ପାରଦ ଖସିବ ଓ ଶୀତ ଆରମ୍ଭ ହେବ ବୋଲି କେନ୍ଦ୍ର କହିଛି ।

Show More

Related Articles

Back to top button