Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନରେ ହେବ ନୂଆ ମନ୍ତ୍ରୀମଣ୍ଡଳ

୧୫ ନୂଆ ମନ୍ତ୍ରୀ ନେବେ ଶପଥ

ଆଜି ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଢିବେ ଗେହଲଟ ସରକାର । ରାଜସ୍ଥାନ କ୍ୟାବିନେଟରେ ଆଜି ହେବ ବଡ ପରିବର୍ତ୍ତନ ।  ଆଜି ମନ୍ତ୍ରୀମଣ୍ଡଳରେ ଶପଥ ନେବେ ନୂଆ ମନ୍ତ୍ରୀ । ଅପରାହ୍ନ ୪ଟା ସମୟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ । ଏଥିରେ ୧୫ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି ।

ପୂର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଥିବାବେଳେ ବାକି ଅନ୍ୟ ମନ୍ତ୍ରୀ ଶନିବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବରୁ ପଦ ଛାଡିଥିବା ୩ ମନ୍ତ୍ରୀଙ୍କୁ ସାଙ୍ଗଠନିକ ଦାୟିତ୍ବ ଦିଆଯାଇଛି ।

ଆଜି ନୂତନ ମନ୍ତ୍ରୀମଣ୍ଡଳ ଗଠନ ହେବାକୁ ଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକ ପରେ ସବୁ ମନ୍ତ୍ରୀ ନିଜର ପଦ ଛାଡିଛନ୍ତି । କୁହାଯାଉଛି କି, ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଏହି ସମ୍ପ୍ରସାରଣ କରାଯାଉଛି । ସେପଟେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସଚିନ ପାଇଲଟଙ୍କ କିଛି ଖାସ୍ ବିଧାୟକଙ୍କୁ ସ୍ଥାନ ଦିଆଯିବାର ସମ୍ଭାବନା ରହିଛି ଏବଂ ପାଇଲଟଙ୍କୁ ମଧ୍ୟ କିଛି ଗୁରୁଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ ମନ୍ତ୍ରୀ ଅଛନ୍ତି ।

Show More

Related Articles

Back to top button