ଓଡ଼ିଶାଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପାଣି ସିଙ୍ଗଡ଼ା ହୃଦ୍ ରୋଗ ପାଇଁ ଅତ୍ୟନ୍ତ ଉପକାରୀ

ଆୟୁର୍ବେଦରେ ପାଣି ସିଙ୍ଗଡ଼ାକୁ ଗୋଟିଏ ଔଷଧ ଭାବରେ ଗଣା ଯାଏ l ଏହା ଔଷଧୀୟ ଗୁଣରେ ଭରପୁର ହୋଇଥିବା କାରଣରୁ ସ୍ୱାସ୍ଥ୍ୟ ପକ୍ଷ ହିତକର

ପାଣି ସିଙ୍ଗଡ଼ା ଫଳ ବିଷୟରେ ପ୍ରାୟ ସମସ୍ତେ ଜାଣି ଥିବେ ,ଏହା ଦେଖିବାକୁ ତ୍ରିଭୁଜ ଆକାରର l ଭାରତ ସହିତ ଏସିଆ ,ଆଫ୍ରିକା ଓ ୟୁରୋପ ମହା ଦେଶର ଅନେକ ଦେଶରେ ପାଣି ସିଙ୍ଗଡ଼ା ଚାଷ କରାଯାଏ l ଏହି ଫଳରେ ଦୁଇଟି କଣ୍ଟା ଥାଏ ,ଏବଂ ଏହାକୁ ପାଣି ଭିତରେ ଚାଷ କରା ଯାଇଥାଏ l ଏହି ଫଳଟିର ସ୍ୱାଦ ପାଣିଚିଆ ଲାଗେ କିନ୍ତୁ ଶରୀର ପାଇଁ ଅତ୍ୟନ୍ତ ହିତକର l ପାଣି ସିଙ୍ଗଡ଼ାର ଚୋପା ଛଡାଇ ଖରାରେ ସୁଖlଯାଏ ଓ ସେଥିରୁ ଅଟା ପ୍ରସ୍ତୁତ କରାଯାଏ l ଉତର ଭାରତର ଲୋକ ମାନେ ଏହି ଅଟାକୁ ପୂଜା ଓ ବ୍ରତରେ ବ୍ୟବହାର କରିଥାନ୍ତି lଆୟୁର୍ବେଦରେ ପାଣି ସିଙ୍ଗଡ଼ାକୁ ଗୋଟିଏ ଔଷଧ ଭାବରେ ଗଣା ଯାଏ l ଏହା ଔଷଧୀୟ ଗୁଣରେ ଭରପୁର ହୋଇଥିବା କାରଣରୁ ସ୍ୱାସ୍ଥ୍ୟ ପକ୍ଷ ହିତକର l ଖାସ କରି ହୃତ୍ପିଣ୍ଡ ପାଇଁ ଏହା ରାମବାଣ ଅଟେ l ତା ସହିତ ତଣ୍ଟି ଦରଜ ,ଥକାପଣ ଓ ବ୍ରୋଙ୍କାଇଟିସ ପାଇଁ ଲାଭ ଦାୟକ l ଆସନ୍ତୁ ଜାଣିବା କିପରି ଭାବରେ ପାଣି ସିଙ୍ଗଡ଼ା ଶରୀର ପାଇଁ ରାମବାଣ l

ଆମେ ସମସ୍ତେ ଜାଣିଛୁ ଯେ ଉଚ ରକ୍ତଚାପ କାରଣରୁ ହୃଦଗତ ଜନିତ ରୋଗ ହୋଇଥାଏ l ସେଥିପାଇଁ ଡାକ୍ତରମାନେ ପୋଟାସିୟମ ଯୁକ୍ତ ଫଳ ଓ ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି l ଯେବେକି ପାଣି ସିଙ୍ଗଡ଼ାରେ ପୋଟାସିୟମ ଅଧିକ ମାତ୍ରାରେ ମିଳିଥାଏ l ଏହା ସୋଡିୟମ ଠାରୁ ପ୍ରତିକ୍ରିୟା କରି ରକ୍ତ ଚାପକୁ ସନ୍ତୁଳିତ କରିଥାଏ l ତା ସହିତ ଶରୀରରୁ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ କରିଥାଏ lଏକ ଗବେଷଣାରୁ ଜଣା ପଡିଛି ଯେ ପାଣି ସିଙ୍ଗଡ଼ା ଅନେକ ଗୁଡିଏ ରୋଗକୁ କମ କରିବାରେ କିମ୍ବା ଦୂରେଇବାରେ ସକ୍ଷମ ହୋଇଥାଏ l ଏହି ଫଳରେ ଅଧିକ ମାତ୍ରାରେ ଫାଇବ ଥିବା ହେତୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ l

Show More

Related Articles

Back to top button