Breaking PLUSବାଣିଜ୍ୟ

ଜିମେଲ୍‌ର ଆଇକନିକ୍ ଲୋଗୋରେ ପରିବର୍ତନ

ଗୁଗୁଲ୍ ଆଇକନିକ୍ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ଡିଜାଇନ୍ ସହିତ ବଦଳାଇଛି

ଜିମେଲ୍‌ର ଆଇକନିକ୍ ଲାଲ୍ ଏବଂ ଧଳା ଲୋଗୋ ଆମେ ସମ‌ସ୍ତେ ଦେଖିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ସେହି ଲୋଗୋରେ ଏବେ ପରିବର୍ତ୍ତନ ଘଟିଛି।ଗୁଗୁଲ୍ ଆଇକନିକ୍ ଜିମେଲ୍‌ ଏନଭଲପ୍ ଲୋଗୋକୁ ଏକ ଡିଜାଇନ୍ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍‌ ଲୋଗରେ ଧଳା ଓ ନାଲି ରଂଗ ବ୍ୟବହୃତ ହୋଇଥିବା ବେଳେ ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି।

ଗୁଗୁଲ୍‌ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।ପୂର୍ବରୁ ଏକ ଏନ୍‌ଭଲପ୍‌ ଉପରେ ‘ଏମ’ ଲେଖାଥିବା ଲୋଗୋ ରହିଥିଲା। ଏବେ ମଧ୍ୟ ପୂର୍ବ ପରି ‘ଏମ୍‌’ ଲେଖାଯାଇଛି। ମାତ୍ର ଏନ୍‌ଭଲପ୍‌କୁ ହଟାଇ ଦିଆଯାଇଛି। ଗୁଗୁଲ୍‌ ଏନ୍‌ଭଲ୍‌ପର ଗୁରୁତ୍ବ ନଥିବା ଚିନ୍ତା କରି କେବଳ ଏମ୍‌ ରଖିବା ସହ ନିଜର ପାରମ୍ପରିକ ରଂଗରେ ଜିମେଲ୍‌ ଡିଜାଇନ୍‌ କରିଛି। ମାତ୍ର ଜାଣିବାକୁ ମିଳିଛି ‌ଯେ ବ୍ୟବହାରକାରୀମାନେ ଏହି ପରିବର୍ତ୍ତନରେ ଖୁସି ନୁହଁନ୍ତି।

Show More

Related Articles

Back to top button