Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ

ବଲିଉଡ୍‌‌ ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ନାର୍କୋଟିକ ବ୍ୟୁରୋ ବା ଏନ୍‌ସିବି ଦ୍ବାରା ଗିରଫ ହୋଇ ଜେଲ୍‌ରେ ଥିବା ସୁଶାନ୍ତ ରାଜପୁତଙ୍କ ବାନ୍ଧବୀ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଆଜି ମୁମ୍ବାଇ ବାଇକୁଲା ଜେଲ୍‌ରୁ ମୁକୁଳିଛନ୍ତି।

ବମ୍ବେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେବାପରେ ସେ ଜେଲ୍‌ରୁ ନିଜ ଘରକୁ ଫେରିଛନ୍ତି।ରିୟା ଡ୍ରଗ୍ସ ସିଣ୍ଡିକେଟ୍‌ର ସକ୍ରିୟ ସଭ୍ୟା ଥିଲେ ବୋଲି ଏନସିିବି କରିଥିବା ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରି ନାହାନ୍ତି। ଏଭଳି ମାମଲାରେ ସେଲିବ୍ରିଟିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟମାନଙ୍କ ପାଇଁ କଡ଼ା ବାର୍ତା ଯିବ ବୋଲି ବ୍ୟୁରୋର ଯୁକ୍ତିକୁ ମଧ୍ୟ କୋର୍ଟ ନ‌ାପସନ୍ଦ କରିଛନ୍ତି।

କୋର୍ଟ କହିଛନ୍ତି ଯେ ରିୟାଙ୍କର କୌଣସି ଅପରାଧିକ ରେକର୍ଡ ନଥିବାରୁ ସେ ମାମଲାର ସାକ୍ଷୀମାନଙ୍କୁ ଡରାଇବା କିମ୍ବା ପ୍ରଭାବିତ କରିବାର କୌଣସି ସମ୍ଭାବନା ନାହିଁ। ତେଣୁ ତାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହାସହିତ ୨୮ ଦିନ ଜଲେରେ ରହିବା ପରେ ରିୟା ମୁକୁଳିଛନ୍ତି।ସୂଚନାଯୋଗ୍ୟ, ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଥିଲା। ବିଚାରପତି ସାରଙ୍ଗ ଭି କୋଟୱାଲ୍‌ ରିୟାଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ମଞ୍ଜୁର କରିଛନ୍ତି। ତାଙ୍କ ପାଇଁ ୯ଟି ସର୍ତ୍ତ ରଖାଯାଇଛି। କିନ୍ତୁ ରିୟାଙ୍କ ଭାଇ ସୌଭିକଙ୍କୁ ‌କୋର୍ଟ ଜାମିନ ଦେବାକୁ ମନା କରିଦେଇଛନ୍ତି। ତେବେ ସୁଶାନ୍ତଙ୍କ ଘରେ କାମ କରୁଥିବା ୨ ଜଣ କର୍ମଚାରୀଙ୍କୁ ଜାମିନ ମିଳିଛି।

Show More

Related Articles

Back to top button