Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ନକଲି ବିଶ୍ୱବିଦ୍ୟାଳୟ ତାଲିକା ଜାରି କଲା ୟୁଜିସି, ତାଲିକାରେ ଓଡ଼ିଶାର ଦୁଇ କଲେଜ
ଦେଶରେ ମୋଟ ୨୪ଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସଚିବ ପ୍ରଫେସର ରଜନୀଶ ଜୈନ ସୂଚନା ଦେଇଛନ୍ତି । ସେଥିରୁ ଓଡ଼ିଶାରେ ୨ଟି ରହିଥିବା ଜଣାଇଛନ୍ତି ।

ଦେଶରେ ମୋଟ ୨୪ଟି ଜାଲ୍ ବିଶ୍ୱବିଦ୍ୟାଳୟ ରହିଥିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସଚିବ ପ୍ରଫେସର ରଜନୀଶ ଜୈନ ସୂଚନା ଦେଇଛନ୍ତି । ସେଥିରୁ ଓଡ଼ିଶାରେ ୨ଟି ରହିଥିବା ଜଣାଇଛନ୍ତି ।
ଏସମସ୍ତ ସବୁ ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ନାମ ଲେଖାଇବା ପୂର୍ବରୁ ସତର୍କ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଓଡ଼ିଶାର ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ଜାଲ୍ ବିଶ୍ୱବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ ବୋଲି ସଚେତନ କରାଇଛନ୍ତି ।
ସେହିପରି ଉତ୍ତର ପ୍ରଦେଶରେ ୮ଟି, ଦିଲ୍ଲୀରେ ୭ଟି, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ଜାଲ୍ ବିଶ୍ୱବିଦ୍ୟାଳୟ ରହିଛି ।