Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ହେବେ ଡିଡିସିଏର ପରବର୍ତ୍ତୀ ଅଧ୍ୟକ୍ଷ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏଥିପାଇଁ ସେ ନୋମିନେଶନ ଫାଇଲ କରିଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏଥିପାଇଁ ସେ ନୋମିନେଶନ ଫାଇଲ କରିଛନ୍ତି। ଡିଡିସିଏକୁ ବିବାଦ ଓ ଦୁର୍ନୀତି ମୁକ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ତଥା ଏମ୍‌ପି ଗୌତମ ଗମ୍ଭୀରଙ୍କ ମାମୁଁ ଖାଲି ପଡିଥିବା କୋଷାଧ୍ୟକ୍ଷ ପଦ ପାଇଁ ନୋମିନେଶନ ଫାଇଲ କରିଛନ୍ତି। ନାମାଙ୍କନ ଦାଖଲର ଶେଷ ତାରିଖରେ ରୋହନ ପିତାଙ୍କ ପଦାନୁସରଣ କରି କାଗଜପତ୍ର ଦାଖଲ କରିଛନ୍ତି। ପିତା ଅରୁଣ ଜେଟଲୀ ଗତବର୍ଷ ପରଲୋକ ଗମନ କରିଥିଲେ। ଆସୋସିଏଶନର ସବୁ ଗୋଷ୍ଠୀ ଅରୁଣଙ୍କୁ ସମର୍ଥନ କରୁଥିଲେ। ଡିଡିସିଏର ଉନ୍ନତି ଲାଗି କାର୍ଯ୍ୟ କରିବି ବୋଲି ୩୧ ବର୍ଷୀୟ ରୋହନ କହିଛନ୍ତି। ଜଣେ ଯୁବ ଆଇନଜୀବୀ ଭାବେ ଜଣାଶୁଣା ଥିବା ରୋହନଙ୍କୁ ସବୁ ଗୋଷ୍ଠୀ ସର୍ବସମ୍ମତିକ୍ରମେ ସମର୍ଥନ କରୁଛନ୍ତି। ଅଧ୍ୟକ୍ଷ ପଦ ପାଇଁ ଅନ୍ୟତମ ପ୍ରାର୍ଥୀ ସୁନୀଲ ଗୋଏଲ ତାଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଛନ୍ତି। ରୋହନଙ୍କୁ ସବୁ ସଦସ୍ୟ ସମର୍ଥନ କରୁଛନ୍ତି ବୋଲି ଡିଡିସିଏ ଯୁଗ୍ମ ସମ୍ପାଦକ ରାଜନ ମନ୍‌ଚନ୍ଦା କହିଛନ୍ତି ।

Show More

Related Articles

Back to top button