Breaking PLUSଓଡ଼ିଶାମୁଖ୍ୟ ଖବର

ଦୀର୍ଘ ୬ ମାସ ପରେ ରାଜ୍ୟରେ ଖୋଲିବ ମନ୍ଦିର !

ଦୀର୍ଘ ୬ ମାସ ପରେ ରାଜ୍ୟରେ ବନ୍ଦ ରହିଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଦୀର୍ଘ ୬ ମାସ ପରେ ରାଜ୍ୟରେ ବନ୍ଦ ରହିଥିବା ପ୍ରମୁଖ ମନ୍ଦିରଗୁଡ଼ିକୁ ଖୋଲିବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ସରକାର ଯୋଜନା ରହିଛି । ସେଥିଲାଗି ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।

କରୋନା କଟକଣା ସହିତ ମନ୍ଦିର ଖୋଲିବା ଯୋଜନା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ପୃକ୍ତ ଜିଲ୍ଲାପାଳମାନେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ମନ୍ଦିର କିପରି ଖୋଲାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ସେହି ଯୋଜନାକୁ ଆଧାର କରି ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଏବଂ ଏସ୍‌ଓପି ଜାରି କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ରାଜ୍ୟରେ ମନ୍ଦିର ଖୋଲିସାରିଥିବାବେଳେ ଓଡ଼ିଶାରେ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ବନ୍ଦ ରହିଛି । ସେବାୟତ ଓ ପୂଜକ ତଥା ଅନେକ ସାଧାରଣ ଲୋକ ଏହାକୁ ବାରମ୍ବାର ବିରୋଧ କରୁଛନ୍ତି।

Show More

Related Articles

Back to top button