Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଶୋଧିତ ତୈଳଦର ଉପରେ ଯୁଦ୍ଧର ପ୍ରଭାବ

ନୂଆଦିଲ୍ଲୀ/1010- ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଏହାର ପ୍ରଭାବ ଅଶୋଧିତ ତୈଳଦର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ବ୍ରେଣ୍ଟମୂଲ୍ୟ ବ୍ୟାରେଲ ପିଛା 88ଡଲାର ରହିଥିବା ବେଳେ ଅଶୋଧିତ ଡବ୍ଲୁଟିଆଇ ମୂଲ୍ୟ 87ଡଲାର ରହିଛି । ତେବେ ଦେଶରେ ତୈଳ ଓ ଗ୍ୟାସ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ଇଣ୍ଡିଆନ ଅଏଲ ୱେବସାଇଟ୍ ମୁତାବକ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96.72 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 89.62 ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 106.31 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ 106.03 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 92.76 ଟଙ୍କା ଓ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 102.63 ଟଙ୍କା ଥିବା ବେଳେ ଡିଜେଲ ମୂଲ୍ୟ 94.24 ଟଙ୍କା ରହିଛି ।

Show More

Related Articles

Back to top button