Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗ, ବୁଧବାର ଆରବ ଦେଶର ଜରୁରୀ ବୈଠକ

କାହିରା/ରିୟାଦ/1010-ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଏବେ ସ୍ଥଳଠୁ ଗଗନ ମାସାଇଲ ମାଡରେ ଗର୍ଜୁଛି ପୂରା ଅଞ୍ଚଳ। ଯାହାକୁ ନେଇ ଇସଲାମିକ ଦେଶ ମଧ୍ୟରେ ହଇଚଇ ଦେଖାଦେଇଛି । ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ପାଲେଷ୍ଟାଇନର ରାଷ୍ଟ୍ରପତିଙ୍କ ସମେତ ମିଶର ଓ ଜୋର୍ଡାନ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଆରବ ଲିଗ୍‌ରେ ସାମିଲ ଦେଶର ବୈଦେଶିକ ମନ୍ତ୍ରୀମାନେ ବୁଧବାର ଜରୁରୀକାଳୀନ ବୈଠକ ଡାକିଛନ୍ତି । ଆରବ ଲିଗରେ ଇରାକ, ଜୋର୍ଡାନ, ସାଉଦି ଆରବ, କୁବୈତ, ସଂଯୁକ୍ତ ଆରବ ଏମିରେଟ, ମରକ୍କୋ, ଓମାନ, କ୍ୱାତାର ସହିତ 22ଟି ଦେଶ ସଦସ୍ୟ ଅଛନ୍ତି । ପାଲେଷ୍ଟାଇନର ଅନୁରୋଧ କ୍ରମେ ଏହି ସ୍ୱତନ୍ତ୍ର ବୈଠକ ଡକାଯାଇଛି । ଏହି ବୈଠକରେ ଅନ୍ତର୍ଜାତୀୟ ସ୍ତରରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲିବା ନିମନ୍ତେ ଉପାୟ ଅନୁସନ୍ଧାନ କରାଯିବ । ହମାସ ଆକ୍ରମଣ ପରେ ଆରବ ଲିଗ୍ ମୁଖ୍ୟ ଅହମ୍ମଦ ଅବୁଲ ଘେତ ଋଷ ଗସ୍ତରେ ଯାଇଛନ୍ତି । ସେ ସେଠାରେ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭଙ୍କୁ ଭେଟିଛନ୍ତି। ଲାଭ୍ରୋଭ କହିଛନ୍ତି ଯେ ପାଲେଷ୍ଟାଇନକୁ ଏକ ଅଲଗା ରାଜ୍ୟ କରିବା ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା ପାଇଁ ସବୁଠାରୁ ବିଶ୍ୱସନୀୟ ସମାଧାନ।

Show More

Related Articles

Back to top button