Breaking PLUSଓଡ଼ିଶାମୁଖ୍ୟ ଖବର

ଧଉଳି ନିକଟରେ ଥିବା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ନିଶା ନିବାରଣ କେନ୍ଦ୍ରରେ ତାଙ୍କ ପରିବାର ଲୋକ ନିଶା ଛାଡିବା ପାଇଁ ଛାଡି ଥିଲେ । ତିନି ତଳେ ସେ ନିଶା ନିବାରଣ କେନ୍ଦ୍ରକୁ ଛାଡିଥିଲେ । ଏହାପରେ ୪୦ ହଜାର ଟଙ୍କା ଦେଇଥିବା ପରିବାର ଲୋକ କହିଛନ୍ତି । ଝରଣା ସାହିର ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି । ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଏବଂ ମାଲିକ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି ।

ମଙ୍ଗଳବାର ରାତି ୪ଟାରେ ନିଶାନିବାରଣ କେନ୍ଦ୍ରରୁ ତାଙ୍କ ଘରକୁ ଫୋନ ଯାଇଥିଲା। ସେ ଶ୍ୱାସ ପ୍ରଶ୍ୱାସ ନେଉ ନଥିବା କଥା କହି ଏକ ଘରୋଇ ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ପରିବାର ଲୋକ କ୍ୟାପିଟାଲ ହସପିଟାଲ ନେଇଥିବା କଥା କହିଥିଲେ । ସେଠାରେ ତାଙ୍କ ସ୍ୱାମୀ ମୃତ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏହାପରେ ତାଙ୍କ ସ୍ୱାମୀଙ୍କ ପିଠିରେ ମାଡ ଚିହ୍ନ ଥିବା କଥା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

Show More

Related Articles

Back to top button