Breaking PLUSଦେଶମୁଖ୍ୟ ଖବର

ଏଣିକି ଭୋଟ ପରିଚୟ ପତ୍ରରେ ସଂଯୋଗ ହେବ ଆଧାର!

ନିର୍ବାଚନ ପ୍ରକ୍ରିୟାରେ ନୂଆ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଚଳିତ ଶୀତ ଅଧିବେଶନରେ କେତେକ ବିଲ ଆଣିବାକୁ ଯାଉଛନ୍ତି । ଗତକାଲି ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ବିଲ ଗୃହିତ ହେଲେ ଭୋଟର ପରିଚୟ ପତ୍ରରେ ଆଧାର କାର୍ଡ ସଂଯୋଗ କରାଯିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ ।

ବିଲ୍ ଅନୁଯାୟୀ, ଆଗାମୀ ସମୟରେ ଭୋଟର ଆଇଡି କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗ କରାଯିବ । ନିର୍ବାଚନ ଆୟୋଗର ସୁପାରିଶ ଆଧାରରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଧାରକୁ ଭୋଟର ID ସହିତ ଲିଙ୍କ୍ କରିବା ଦ୍ୱାରା ନକଲି ଭୋଟର ବା ଜାଲିଆତି କରି ଗୋଟିଏ ନାଁରେ ଦୁଇଟି ଜାଗାରେ ଭୋଟ ଦେଇ ହେବନାହିଁ । ତେବେ ଏହି ସଂଯୋଗକୁ ବାଧ୍ୟତାମୂଳକ କରାଯିବ ନାହିଁ । ସୁପ୍ରିମକୋର୍ଟ ଗୋପନୀୟତା ଅଧିକାର ସଂକ୍ରାନ୍ତ ରାୟ ଆଧାରରେ ଏହାକୁ ଇଚ୍ଛାଧୀନ ରଖିବା ପାଇଁ ଚିନ୍ତା କରାଯାଉଛି ।

ସେହିପରି ପୂର୍ବରୁ ୧୮ ବର୍ଷରେ ପାଦ ଦେଉଥିବା ନୂଆ ଭୋଟରଙ୍କ ପାଇଁ ବର୍ଷକରେ ଥରେ ପଞ୍ଜୀକରଣର ସୁଯୋଗ ମିଳୁଥିଲା । ନୂଆ ବ୍ୟବସ୍ଥାରେ ବର୍ଷକୁ ୪ ଥର ନୂଆ ଭୋଟର ପଞ୍ଜୀକରଣ କରିପାରିବେ । କ୍ୟାବିନେଟ ଅନୁମୋଦନ ପରେ ଜନପ୍ରତିନିଧି ଆଇନ ୧୯୫୧ ଏବଂ ଆଧାର ଆଇନ ୨୦୧୬ ସଂଶୋଧନ ପାଇଁ ସଂସଦର ଚଳିତ ଅଧିବେଶନରେ ବିଲ୍ ଆସିବ । ତେବେ ଆଧାର କାର୍ଡ-ଭୋଟର ପରିଚୟପତ୍ର ଲିଙ୍କକୁ ବାଧ୍ୟତାମୂଳକ କରାଯାଇନାହିଁ । ଆଧାର ଏବଂ ଭୋଟର ପରିଚୟ ସଂଯୋଗ ମାମଲାରେ ସୁପ୍ରିମକୋର୍ଟଙ୍କ ଗୋପନୀୟତା ନିଷ୍ପତ୍ତିର ଅଧିକାରକୁ ବିଚାରକୁ ନିଆଯିବ । ନିର୍ବାଚନ ଆୟୋଗକୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏହି ପଦକ୍ଷେପ ନେବେ ।

Show More

Related Articles

Back to top button