ବାଣିଜ୍ୟ

ଭିଟାମିନ୍-ସି ଯୁକ୍ତ ଫଳ ଉପରେ କରୋନା ମାଡ

ଲେମ୍ବୁ କିଲୋ ୨୦୦ ଟଙ୍କା ପାର୍

କରୋନା ସଂକ୍ରମଣ ଏଡ଼ାଇବାକୁ ଲୋକେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଡାକ୍ତର ମଧ୍ୟ ଭିଟାମିନ-ସି ଯୁକ୍ତ ଫଳ ଓ ପନିପରିବା ଅଧିକ ସେବନ କରିବାକୁ ପରାମର୍ଶ ଦେଉଛନ୍ତି। ଫଳରେ ଲେମ୍ବୁ ସମେତ ଭିଟାମିନ-ସି ଯୁକ୍ତ ଫଳର ଚାହିଦା ବଢିଯାଇଛି। କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ଲେମ୍ବୁ ବର୍ତ୍ତମାନ ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।ଦିଲ୍ଲୀ ସାହିବାବାଦ ପରିବା ମଣ୍ଡି ଓ ବସଷ୍ଟାଣ୍ଡରେ ଥିବା ପରିବା ମଣ୍ଡିରେ ଲେମ୍ବୁ କିଲୋ ପ୍ରତି ୧୪୦ ରୁ ୧୬୦ ଟଙ୍କା ଅଛି। ଲେମ୍ବୁର ଚାହିଦା ବୃଦ୍ଧି ଯୋଗୁଁ ଦାମ ଦୁଇଗୁଣ ବଢି ଯାଇଛି। ଲେମ୍ବୁ ପରେ କମଳାର ଚାହିଦା ମଧ୍ୟ ଅଧିକ ରହିଛି। ମଣ୍ଡିରେ କମଳା କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଜାରରେ ୨୦୦ ଟଙ୍କାରେ ବିକ୍ରି ହେଉଛି।

ସିଜନ ଶେଷ ହୋଇ ଆସୁଥିବାରୁ ବର୍ତ୍ତମାନ ବିଦେଶୀ ମାଲ୍ଟା କମଳାର ଚାହିଦା ରହିଛି। ମାଲ୍ଟା କିଲୋ ପ୍ରତି ୧୪୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି।ମୌସମ୍ବୀର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ମଣ୍ଡିରେ ମୌସମ୍ବୀ କିଲୋ ୧୦୦ ଟଙ୍କା। ଅଙ୍ଗୁର କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଅନଲାଇନ୍ ଡେଲିଭରୀ ଆପରେ ଲେମ୍ବୁ ଦାମ୍ ୨୫୦ ଟଙ୍କା ପାର କରିଛି। ଅନଲାଇନ୍ ଆପରେ ଲେମ୍ବୁ, କମଳା, ଅଙ୍ଗୁର, ମାଲ୍ଟା ଆଦିର ଡାଳ ବଜାରରୁ ଅଧିକ ରହିଛି। ଅନଲାଇନରେ ସେଓ କିଲୋ ପ୍ରତି ୧୬୦ ରୁ ୧୮୦ ଟଙ୍କା ରହିଛି। ନବରାତ୍ରି ଚାଲିଥିବାରୁ କଦଳୀ ଡଜନ୍ ୬୦ ଟଙ୍କା ରହିଛି। ଏହି ସମୟରେ ପଇଡର ଚାହିଦା ମଧ୍ୟ ଅଧିକ ରହିଛି। ପଇଡ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି।

Show More

Related Articles

Back to top button