Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରରେ ପ୍ରତି ୩ ମିନିଟ୍‌ରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ଭୟଙ୍କର ହେବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ସଙ୍ଗୀନ ହେଲାଣି। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ରରେ ପ୍ରତି ଘଂଟାରେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ପ୍ରତି ତିନିମିନିଟ୍‌ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି।

ଭୟଙ୍କର ହେବାରେ ଲାଗିଛି କରୋନା। କହିବାକୁ ଗଲେ, ମହାରାଷ୍ଟ୍ରରେ କରୋନାର ସ୍ଥିତି ସଙ୍ଗୀନ ହେଲାଣି। କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରି ରଖିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ରରେ ପ୍ରତି ଘଂଟାରେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ପ୍ରତି ତିନିମିନିଟ୍‌ରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। ଏପରି ଘଟଣାକୁ ନେଇ ମହାରାଷ୍ଟ୍ର ସରକାର ମଧ୍ୟ ଚିନ୍ତାରେ ଅଛନ୍ତି। ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ପ୍ରତି ୧ ଘଣ୍ଟାରେ ହାରାହାରି ୨,୮୫୯ ଜଣ କରୋନା ସଂକ୍ରମିତ ହେଉଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ହାର ଏପରି ଭାବରେ ବଢୁଛି ଯେ, ତାହାକୁ କେମିତି ରୋକାଯାଇପାରିବ ତାହାକୁ ନେଇ ଘନ ଘନ ବୈଠକ କରୁଛନ୍ତି ଉଦ୍ଧବ ସରକାର। କରୋନା ମୁକାବିଲା ଲାଗି ମହାରାଷ୍ଟ୍ରରେ ଲକଡାଉନ୍‌ କରିବାର ଆବଶ୍ୟକତା ରହିଥିବା ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

Show More

Related Articles

Back to top button