Breaking PLUSଖେଳଦେଶମୁଖ୍ୟ ଖବର

ବିରାଟ କୋହଲିଙ୍କ ୯ ମାସର ଝିଅକୁ ଦୁଷ୍କର୍ମ ଧମକ

ଟି -୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ କ୍ରମାଗତ ଭାବରେ ୨ଟି ମ୍ୟାଚ୍ ହାରିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଟିମକୁ ଖୁବ୍ ଟ୍ରୋଲ୍ କରାଯାଉଛି । ବିଶେଷକରି ଫ୍ୟାନ ମାନଙ୍କ ଟାର୍ଗେଟରେ ବିରାଟ କୋହଲି ରହିଛନ୍ତି । ହେଲେ ସମାଲୋଚନା କରୁଥିବା ବେଳେ କିଛି କିଛି ଲୋକ ଭୁଲିଯାଇଛନ୍ତି ନିଜର ମଣିଷପଣିଆ, ମର୍ଯ୍ୟାଦା । ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲଙ୍କ ଟୁଇଟ ଅନୁଯାୟୀ, ଏଭଳି କିଛି ଟୁଇଟ୍ ସାମ୍ନାକୁ ଆସିଛି ଯେଉଁଥିରେ ବିରାଟଙ୍କ ୯ ମାସର ଝିଅକୁ ଦୁଷ୍କର୍ମ ଧମକ ଦିଆଯାଇଛି ।

ମାଲିୱାଲ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚକୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମାଲିୱାଲଙ୍କ ଚିଠି ଅନୁଯାୟୀ, ପାକିସ୍ତାନ ବିପକ୍ଷ ମ୍ୟାଚରେ ହାରିବା ପରେ ବିରାଟଙ୍କ ୯ ମାସର ଝିଅକୁ ଅନଲାଇନ୍ ଦୁଷ୍କର୍ମ ଧମକ ଦିଆଯାଇଛି । ଏ ବାବଦରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ସମ୍ପର୍କରେ ଡିସିଡବ୍ଲୁ ମୁଖ୍ୟ ଦିଲ୍ଲୀ ପୋଲିସଠାରୁ ସୂଚନା ମାଗିଛନ୍ତି । ମାମଲାରେ କେଉଁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ତାହା ଆୟୋଗ ଜାଣିବାକୁ ଚାହୁଁଛି । ଯଦି କୌଣସି ଗିରଫଦାରୀ ହୋଇନାହିଁ ତେବେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପଦକ୍ଷେପ ନେଇଥିବା ଦିଲ୍ଲୀ ପୋଲିସ ସୂଚନା ଦେବା ଉଚିତ ବୋଲି ମାଲିୱାଲ କହିଛନ୍ତି । ନଭେମ୍ବର ୮ ସୁଦ୍ଧା କମିଶନ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଏ ବାବଦରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ସମ୍ପର୍କରେ ଡିସିଡବ୍ଲୁ ମୁଖ୍ୟ ଦିଲ୍ଲୀ ପୋଲିସଠାରୁ ସୂଚନା ମାଗିଛନ୍ତି । ମାମଲାରେ କେଉଁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି ତାହା ଆୟୋଗ ଜାଣିବାକୁ ଚାହୁଁଛି । ଯଦି କୌଣସି ଗିରଫଦାରୀ ହୋଇନାହିଁ ତେବେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପଦକ୍ଷେପ ନେଇଥିବା ଦିଲ୍ଲୀ ପୋଲିସ ସୂଚନା ଦେବା ଉଚିତ ବୋଲି ମାଲିୱାଲ କହିଛନ୍ତି । ନଭେମ୍ବର ୮ ସୁଦ୍ଧା କମିଶନ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

Show More

Related Articles

Back to top button