Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏଣିକି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଆଜିଠୁ ଆରମ୍ଭ ହେବ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା । ଏନେଇ ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ଏହାପରେ ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଏଣିକି ଭୁବନେଶ୍ୱରରୁ ଗୋଲାପୀ ସହର ଜୟପୁରକୁ ବିମାନ ସେବାର ସୁବିଧା ପାଇପାରିବେ ଯାତ୍ରୀ । ଆଜି ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରାଯାଇଥିଲା । ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମେ ୩ଟି ଇଣ୍ଡିଗୋ ବିମାନ ପ୍ରତି ସପ୍ତାହରେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ରାତି ୯ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଛାଡ଼ିବ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ହଜାର ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିଲା । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡ଼ିଶା ସରକାରଙ୍କ ଦାବି ରହିଥିଲା ।

Show More

Related Articles

Back to top button