Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଲାଗି ଅନୁମୋଦିତ ହେଲା ୧୯୦ କୋଟି ଟଙ୍କାର ବଜେଟ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି । ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧ ‌କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡି ୬‌ କୋଟି ଟଙ୍କାର ବଜେଟ ରଖାଯାଇଛି । ଖଣିରୁ ପଥର ଆବଦାନୀ ପାଇଁ ଓଏମ୍‌ସି ସହ ହେବ ଚୁକ୍ତି । ଖଣିରୁ ଆୟ ପାଇଁ ୭୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ସାମଗ୍ରୀର ମାନ ଓ ପରିମାଣ ବୃଦ୍ଧି ହେବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ । ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି । ରାଜସ୍ୱ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ ହୋଇଥିବା ‌ବେଳେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ରାଜସ୍ୱ ଆୟ ମଧ୍ୟରୁ ସ୍ଥାୟୀ ମାରୁ ୩୬ କୋଟି ଟଙ୍କା ସୁଧ ମିଳିବ । ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି , ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ହେବା ଆକଳନ କରାଯାଇଛି । ସୂର୍ଯ୍ୟ ମନ୍ଦିର ଦ୍ୱାରର ରୂପା ଛାଉଣୀ ହେବ। ଜଣେ ଦାତାଙ୍କ ଦ୍ୱାରା ଏହି ରୁପା ଛାଉଣୀ କାମ କରାଯିବ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ୍‌ କୋର୍ଡ ଲାଗୁ ହେବ।

Show More

Related Articles

Back to top button