Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ବଡ଼ଚଣା ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀ

ବଡ଼ଚଣା ବିଦ୍ୟୁତ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଡିଭିଜନ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁ 11kv ତାର କୁ ସିଫ୍ଟିଂ କରି ଦେବା ପାଇଁ ଚଣ୍ଡିଖୋଲର ସୂଂଗୁଡା ଗ୍ରାମ ଚିତ୍ତରଞ୍ଜନ ନାହଙ୍କ ଠାରୁ ଦଶ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ

ବଡ଼ଚଣା ବିଦ୍ୟୁତ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଡିଭିଜନ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁ 11kv ତାର କୁ ସିଫ୍ଟିଂ କରି ଦେବା ପାଇଁ ଚଣ୍ଡିଖୋଲର ସୂଂଗୁଡା ଗ୍ରାମ ଚିତ୍ତରଞ୍ଜନ ନାହଙ୍କ ଠାରୁ ଦଶ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ । ଏ ସମ୍ପର୍କରେ କଟକ ଭିଜିଲାନ୍ସ ଡିଭିଜନ ନିକଟରେ ଚିତ୍ତରଞ୍ଜନ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗର ଅଫିସର ଯୋଜନା ଅନୁଯାଇ ଆଜି ଚିତ୍ତରଞ୍ଜନ ନାୟକ କନିଷ୍ଟ ଯନ୍ତ୍ରୀଙ୍କୁ ଦାବି ମୁତାବକ ଦଶ ହଜାର ଟଙ୍କା ଦେଉଥିବା ବେଳ ଭିଜିଲାନ୍ସ ବିଭାଗର ଅଫିସରମନେ କନିଷ୍ଠ ଯନ୍ତ୍ରୀଙ୍କୁ ଧରି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସାହୁଙ୍କୁ ଗିରଫ କରିଛନ୍ତି । କଟକ ଭିଜିଲାନ୍ସ ପି ଏ ସେ କେଶ ନଂ 15ତାରିଖ 5-10-2020ରେ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ କୋର୍ଟ ଫରୱାର୍ଡ କରିଛି ।

Show More

Related Articles

Back to top button