Breaking PLUSଓଡ଼ିଶାମୁଖ୍ୟ ଖବର

ନକଲି ପୋଲିସକୁ ମାଡିବସିଲା ଅସଲି ପୋଲିସ

ବାଲେଶ୍ୱରର ସେରଗଡ଼ ଟୋଲ ଗେଟ୍ ନିକଟରୁ ୨ ଜଣ ନକଲି ଏସ୍‌ଟିଏଫ୍ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି  । ଅଭିଯୁକ୍ତଙ୍କ ଘର ଗଞ୍ଜାମରେ ହୋଇଥିବାବେଳେ ତାଙ୍କଠାରୁ ହଳଦିଆ ବତୀ ଥିବା ସ୍କର୍ପିଓ ଏବଂ ଏକ ବନ୍ଧୁକ ଜବତ ହୋଇଛି ।

ବାଲେଶ୍ୱରର ସେରଗଡ଼ ଟୋଲ ଗେଟ୍ ନିକଟରୁ ୨ ଜଣ ନକଲି ଏସ୍‌ଟିଏଫ୍ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି  । ଅଭିଯୁକ୍ତଙ୍କ ଘର ଗଞ୍ଜାମରେ ହୋଇଥିବାବେଳେ ତାଙ୍କଠାରୁ ହଳଦିଆ ବତୀ ଥିବା ସ୍କର୍ପିଓ ଏବଂ ଏକ ବନ୍ଧୁକ ଜବତ ହୋଇଛି ।

ପୋଲିସ ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ ଗତକାଲି ରାତିରେ ହଳଦିଆ ବତୀ ସ୍କର୍ପିଓରେ ଆସୁଥିବା ବେଳେ ସେମାନଙ୍କୁ ସେରଗଡ଼ ଟୋଲଗେଟ୍‌ରେ ଅଟକା ଯାଇଥିଲା ।ଟୋଲଗେଟ୍ ଅଧିକାରୀମାନେ ଟୁଲ ଆଦାୟ ପାଇଁ ଟଙ୍କା ମାଗିଥିଲେ ।

ହେଲେ ସେମାନେ ଟଙ୍କା ଦେବା ପାଇଁ ମନା କରିବା ସହ ଏସ୍‌ଟିଏଫ୍ ଅଧିକାରୀ ବୋଲି କହିଥିଲେ । ଏନେଇ ଅଧିକ ଯୁକ୍ତିତର୍କ ହେବାରୁ ନକଲି ଏସ୍‌ଟିଏଫ୍ ଅଧିକାରୀ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିଲେ । ଟୋଲଗେଟର ଅଧିକାରୀମାନେ ସେମାନଙ୍କ ଉପରେ ସନ୍ଦେହ କରି ପୋଲିସ୍‌କୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା । ତଦନ୍ତ ପରେ ଜଣାପଡ଼ିଥିଲା ସେମାନେ ନକଲି ଏସ୍‌ଟିଏଫ ଅଧିକାରୀ । ବର୍ତ୍ତମାନ ଉଭୟଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button