Breaking PLUSଦେଶମୁଖ୍ୟ ଖବର

ଶନିବାର ଉପରାଷ୍ଟ୍ରପତି ଧନଖଡଙ୍କ ରାଜସ୍ଥାନ ଗସ୍ତ

ନୂଆଦିଲ୍ଲୀ, 8 ଡିସେମ୍ବର – ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଡିସେମ୍ବର 9 ତାରିଖରେ ରାଜସ୍ଥାନର ବାଂଶୱାଡା, ଉଦୟପୁର ଏବଂ ଜୟପୁର ଗସ୍ତ କରିବେ ।
ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଛି ଯେ, ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ପ୍ରଥମେ ଉଦୟପୁର ପହଞ୍ଚିବେ । ଏଠାରୁ ସେ ବାଂଶୱାଡା ଯିବେ ଏବଂ ସେଠାରେ ତ୍ରିପୁର ସୁନ୍ଦରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ଉପରାଷ୍ଟ୍ରପତି ଗୋବିନ୍ଦ ଗୁରୁ ଟ୍ରାଇବାଲ ୟୁନିଭର୍ସିଟି ଯିବେ ଏବଂ ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବୋଧିତ କରିବେ । ଏହି ଅବସରରେ ଟ୍ରାଇବାଲ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ସହ ଭୋଜନ କରିବେ ଉପରାଷ୍ଟ୍ରପତି ।

Show More

Related Articles

Back to top button