Breaking PLUSଦେଶମୁଖ୍ୟ ଖବରରାଜନୀତି

ମହୁଆ ମିତ୍ରଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ

ନୂଆଦିଲ୍ଲୀ, 8 ଡିସେମ୍ବର – ଅର୍ଥ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସର ସଦସ୍ୟ ମହୁଆ ମିତ୍ରଙ୍କ ଲୋକସଭା ସଦସ୍ୟ ପଦ ଶୁକ୍ରବାର ରଦ୍ଦ କରାଯାଇଛି । ଲୋକସଭାରେ ମହୁଆଙ୍କ ମାମଲାରେ ଏଥିକ୍ସ କମିଟି ରିପୋର୍ଟ ଉପରେ ଚର୍ଚ୍ଚା ପରେ ଏହାକୁ ପାସ୍ କରାଯାଇଛି । ରିପୋର୍ଟରେ ମହୁଆଙ୍କ ସଦସ୍ୟତା ଶେଷ କରିବାକୁ ସୁପାରିଶ କରାଯାଇଥିଲା । ସଦସ୍ୟତା ରଦ୍ଦ କରିବା ନିଷ୍ପତ୍ତି ପରେ ବିରୋଧୀମାନେ ଗୃହ ତ୍ୟାଗ କରିଥିଲେ । ଏହାସହିତ ଲୋକସଭାର କାର୍ଯ୍ୟକୁ ସୋମବାର ଡିସେମ୍ବର 11 ତାରିଖ ଯାଏ ସ୍ଥଗିତ ରଖାଯାଇଛି ।

Show More

Related Articles

Back to top button