Breaking PLUSଦେଶମୁଖ୍ୟ ଖବର

ଅହମଦାବାଦରୁ ରାଜକୋଟ ଯାଉଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼

ରାଜକୋଟ, 8 ଡିସେମ୍ବର – ରାଜକୋଟ ନିକଟରେ ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ ହୋଇଛି । ଟ୍ରେନରେ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘଭୀ ଉପସ୍ଥିତ ଥିଲେ । ପଥରମାଡ଼ ଯୋଗୁ କେହି ଆହତ ହୋଇନାହାନ୍ତି । କିନ୍ତୁ ସି-4 ଓ ସି-5 କୋଚର କାଚ କ୍ଷତିଗ୍ରସ୍ତ ହୋଇଛି । ରେଲୱେ ସୁରକ୍ଷା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ଗୃହ ରାଜ୍ୟମନ୍ତ୍ରୀ ହର୍ଷ ସଂଘଭୀ ଅହମଦାବାଦରୁ ରାଜକୋଟ ଯିବା ପାଇଁ ବନ୍ଦେ ଭାରତରେ ଯାଉଥିଲେ । ରାଜକୋଟ ଆଉ 4 କିଲୋମିଟର ଥିବା ବେଳେ ବିଲେଶ୍ୱର ନିକଟରେ କେହି ପଥରମାଡ କରିଥିଲେ । ପଥର ମାଡ଼ ଯୋଗୁ ଟ୍ରେନର ସି-4 ଓ ସି-5 ଝରକାର କାଚ କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button