ଦେଶ ବିଦେଶମନୋରଞ୍ଜନ

ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର

ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ଜଣାଇଛନ୍ତି । ସାଇରା ବାନୁ କହିଛନ୍ତି ଯେ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଏହି କାରଣରୁ ତାଙ୍କୁ ଆଜି ସକାଳ ୮.୩୦ସମୟରେ ଖାର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ଏକ ଅଣ କୋଭିଡ୍ ହସ୍ପିଟାଲ୍ । ଏଠାରେ ଦିଲୀପ କୁମାରଙ୍କ ସମସ୍ତ ପରୀକ୍ଷା ନିତିନ ଗୋଖଲେଙ୍କ ତତ୍ତ୍ୱାବଧାନରେ କରାଯାଏ । ଏବେ ତାଙ୍କରି ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି । ଆପଣ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ଗତି କିଛିଦିନ ତଳେ ସେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ହସ୍ପିଟାଲରେ ଭର୍ତ୍ତି ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Show More

Related Articles

Back to top button