ଦେଶ ବିଦେଶ

ଭାରତକୁ ସାହାଯ୍ୟର ହାତ ବଢାଇଲେ କାନାଡାର ଅନେକ କମ୍ପାନୀ, ପ୍ରଦାନ କଲେ ୩୫୪ କୋଟି ଟଙ୍କା

ଭାରତରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରଦିନିଦ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ ହଜାର ହଜାର ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଉଛନ୍ତି

ଏହି ସମୟରେ ଅନେକ ଦେଶ ଭାରତକୁ କରୋନା ଲଢେଇରେ ସହଯୋଗ କରୁଛନ୍ତି । ବିଭିନ୍ନ ସାହାଯ୍ୟ ଓ ସହାୟତା ମଧ୍ୟ ଯୋଗାଉ ଦେଉଛନ୍ତି । କାନାଡାର କମ୍ପାନୀ ସମୁହ ଭାରତକୁ ୩୫୪ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ।କାନାଡ-ଇଣ୍ଡିଆ ବିଜନେସ୍ କାଉନସିଲ୍ ବା ସି-ଆଇବିସି ଶୁକ୍ରବାର କହିଛି ଯେ, ସଦସ୍ୟମାନେ ଭାରତକୁ ସାହାଯ୍ୟ ପାଇଁ ଆଗଭ ଅଛନ୍ତି । ସଦସ୍ୟମାନେ ପ୍ରାୟ ୫୮,୮୨୨,୧୫୦ କାନାଡିଆନ ଡଲାର ବା ୩୫୪ କୋଟି ଟଙ୍କା ସଂଗ୍ରହ କରି ଭାରତକୁ ପ୍ରଦାନ କରିଛନ୍ତି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି କାଉନସିଲ୍ ।ସି-ଆଇବିସି ଆହୁରି ମଧ୍ୟ କହିଛି ଯେ, ଗତ କିଛି ସପ୍ତାହ ହେଲା ଭାରତରେ କେସ୍ କମୁଛି ।

ଅନେକ ରାଜ୍ୟର ଟିକାକରଣ ଜୋରସୋରରେ ଚାଲିଛି । ଏବେବି ଭାରତକୁ ସହାୟତାର ଆବଶ୍ୟକତା ରହିଛି । ଏହାସହ ସି-ଆଇବିସି ଭାରତକୁ ସହାୟତା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ମଧ୍ୟ କହିଛି ।ସି-ଆଇବିସି ସଭାପତି ଭିକ୍ଟର ଥୋମାସ୍ କହିଛନ୍ତି ଯେ, କାନାଡାର ଅନେକ କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି । ଯାହା ଭାର-କାନାଡାର ଅର୍ଥନୀତିକୁ ସୁଦୃଢ କରୁଛି । ଯେଉଁ ଅର୍ଥରାଶି ଭାରତକୁ ପ୍ରଦାନ କରାଯିବ ତାହା କାନାଡା ରେଡ୍ କ୍ରସ୍ ମାଧ୍ୟମରେ ଦିଆଯିବ । ସେହିପରି ଅନେକ ବ୍ୟବସାୟୀ ଭାରତକୁ ସିଧାସଳଖ ଭାବେ କୋଭିଡ ଲଢେଇରେ ବ୍ୟବହୃତ ସରଞ୍ଜାମ ପ୍ରଦାନ କରିଛନ୍ତି ।

Show More

Related Articles

Back to top button