ଦେଶ ବିଦେଶମୁଖ୍ୟ ଖବର

ଶୀଘ୍ର ପୁରା ଦୁନିଆରେ ବ୍ୟାପିଯିବ ଡେଲ୍‌ଟା ଭାରିଏଣ୍ଟ

୧୨୪ ଦେଶ ପର୍ଯ୍ୟନ୍ତ ପହଞ୍ଚିଲାଣି !

କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଏ ପର୍ଯ୍ୟନ୍ତ ଦୁନିଆର ୧୨୪ ଦେଶରେ ବ୍ୟାପି ସାରିଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ବୁଧବାର ଏହାର ସୂଚନା ଦେଇଛି। ହୁ କହିଛି, SARS-Cov-2ର ଏହି ଦୁଇ ନୂତନ ଭାରିଏଣ୍ଟ ସମଗ୍ର ଦୁନିଆରେ ଏବେ ଆଉ କିଛି ମାସ ରହିବାର ଆଶଙ୍କା ରହିଛି। ଏମିତି ହେଲେ ପୂରା ଦୁନିଆରେ ଏହି ଭାଇରସ୍ ବ୍ୟାପି ଯିବ। ଦ୍ରୁତ ବେଗରେ ବ୍ୟାପୁଥିବା ଏହି ଭାରିଏଣ୍ଟର ପ୍ରଥମ କେସ୍ ଭାରତରୁ ଚିହ୍ନଟ ହୋଇଥିଲା। ଏହି ଭାଇରସ୍‌ ବ୍ୟାପିବାର କାରଣ ସାମାଜିକ ଦୂରତ୍ଵ ନିୟମରେ କୋହଳ ଓ ଭ୍ୟାକ୍ସିନର ଅସମାନ ବିତରଣ ହୋଇଥିବା କହିଛି, ଭାଇରସ୍‌ର ଏହି ନୂତନ ଭାରିଏଣ୍ଟ ଗତ ଅନ୍ୟ ଭାରିଏଣ୍ଟକୁ ପଛରେ ପକାଇ ସବୁଠୁ ଅଧିକ ବ୍ୟାପୁଥିବା ଭାରିଏଣ୍ଟରେ ପରିଣତ ହୋଇପାରେ। କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ସମଗ୍ର ଦୁନିଆରେ ଆତଙ୍କ ଖେଳାଇଛି। ଏକ ରିପୋର୍ଟ ଅନୁଯାୟୀ, ଭାରତ, ବାଂଲାଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ସିଙ୍ଗାପୁର, ଇଣ୍ଡୋନେସିଆ, ରୁଷ ଓ ଚୀନ ସହିତ ଅନେକ ଦେଶରେ କରୋନା ଭାଇରସ୍‌ର ୭୫ ପ୍ରତିଶତରୁ ଅଧିକ କେସ୍ ଡେଲ୍‌ଟା ଭାରିଏଣ୍ଟ ସହ ଜଡିତ।

ଗତ ସପ୍ତାହରେ ଇଣ୍ଡୋନେସିଆରେ ବ୍ରିଟେନ୍, ବ୍ରାଜିଲ, ଭାରତ ଓ ଆମେରିକା ପରେ କୋଭିଡ୍-୧୯ର ସବୁଠୁ ଅଧିକ କେସ୍ ଚିହ୍ନଟ ହୋଇଥିଲା। ଅନ୍ୟପଟେ ସଂକ୍ରମଣ ବଢିଥିଲେ ମଧ୍ୟ ବ୍ରିଟେନ୍‌ରେ ପ୍ରାୟତଃ ସବୁ କଟକଣା ହଟାଇ ଦିଆଯାଇଛି। ଭାରତରେ କୋଭିଡ୍-୧୯ର ଦ୍ଵିତୀୟ ଲହରର କାରଣ କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ଥିଲା। ଏହି ଭାରିଏଣ୍ଟରେ ୮୦ ପ୍ରତିଶତରୁ ଅଧିକ କେସ୍ ଚିହ୍ନଟ ହୋଇଥିଲା।

Show More

Related Articles

Back to top button