Breaking PLUSଓଡ଼ିଶା

କାର୍ତ୍ତିକ ମାସରେ ଆକାଶଛୁଆଁ ପରିବା ଦର

କାର୍ତ୍ତିକ ମାସରେ ଆକାଶଛୁଆଁ ଦରରେ ପହଞ୍ଚିଲାଣି ପରିବା ଦର । ଏହି ମାସରେ ପ୍ରାୟତଃ ଲୋକମାନେ ଆମିଷ ବର୍ଜନ କରି ନିରାମିଷ ଖାଇଥାନ୍ତି । ଯାହାଫଳରେ ଏହି ମାସରେ ପରିବାର ଚାହିଦା ଅଧିକ ଥାଏ, କିନ୍ତୁ ବଜାରରେ ବର୍ତ୍ତମାନ ଯେଉଁ ପରିବାରେ ହାତ ଦେଲେ ତାହା ୪୦-୫୦ ଟଙ୍କାରୁ ଅଧିକ ରହିଛି । ଯାହା ଫଳରେ ଏହା ଖାଉଟିଙ୍କ ଉପରେ ବେଶ୍ ପ୍ରଭାବ ପକାଉଛି ।

ବ୍ରହ୍ମପୁର ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ପରିବା ଦର ବାଇଗଣ କିଲୋ ୫୦ ଟଙ୍କା ରହିଥିବା ବେଳେ ଟମାଟୋ ୮୦, ଦେଶୀ କଟକି ପୋଟଳ ୬୦, ହାୱାଡା ପୋଟଳ ୫୦, ତୋରଡ଼ା ୫୦, ବିନ୍‌ସ ୧୦୦, ଫୁଲକୋବି ଶହେ, ସାରୁ ୩୦, ବନ୍ଧା କୋବି ୩୦ରୁ ୪୦, ଭେଣ୍ଡି ୭୦ରୁ ୬୦, ଅମୃତଭଣ୍ଡା ୨୦, ବୋଇତାଳୁ ୨୦, ଅଲଡି ୬୦, କଞ୍ଚାକଦଳୀ କିଲୋ ୪୦ଟଙ୍କା, ଆଳୁ ୨୦ରୁ୨୨, ପିଆଜ ୪୦, ସଜନା ଶହେ, ବିଟ୍‌ ୬୦, ଗାଜର ୬୦, ସିମଲା ମରିଚ ୧୨୦, ଲଙ୍କା କିଲୋ ୭୦ଟଙ୍କାରେ ବିକ୍ରି କରାଯାଉଥିବା ବ୍ୟବସାୟୀ ଜେନା କହିଛନ୍ତି । ଆମିଷ ଖାଉନଥିବାରୁ ବାଧ୍ୟ ହୋଇ ପରିବା ନେଉଛନ୍ତି । କିନ୍ତୁ ଦର ଅଧିକ ରହିଥିବାରୁ ସେତେଟା ଖାସ୍‌ ବ୍ୟବସାୟ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ । କିଲେ ପରିବା ନେବା ବଦଳରେ ଅଧିକ ଦର କାରଣରୁ ଗ୍ରାହକ କମ୍‌ ଜିନିଷ କିଣି ନେଉଛନ୍ତି । ଜିଲ୍ଲାରେ ପରିବା ଆଦାୟ ନହେବା ପର୍ଯ୍ୟନ୍ତ ଏଭଳି ଦର ରହିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

ସେପଟେ ବ୍ୟବସାୟୀ ମାନେ କେତେ ଟଙ୍କାରେ କିଣୁଛନ୍ତି ଏବଂ ସହରରେ କେତେ ଟଙ୍କାରେ କୋଉ ପରିବା ବିକ୍ରି ହେବ ତା’ର ଦର ତାଲିକା ନାହିଁ । ଯୋଗାଣ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉନଥିବାରୁ ଚାଷୀଙ୍କ ଦର ଠାରୁ ବ୍ୟବସାୟୀ ମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି ।

Show More

Related Articles

Back to top button