ଓଡ଼ିଶାମୁଖ୍ୟ ଖବରରାଜନୀତି

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ

ଆଜି ଭବାନୀପାଟଣାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଭବନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଥିବା ଖବର ସାମ୍ନାକୁ ଆସିଛି ।

ବିରୋଧୀ ଦଳର କର୍ମୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଥିବା ସୂଚନା ମିଳିଛି । ମମିତା ମେହେର ହତ୍ୟା ଘଟଣାରେ ବିରୋଧୀ ପ୍ରତିବାଦ କରି ଏପରି କାଣ୍ଡ କରିଛନ୍ତି । ଏହି ଘଟଣାରେ ‘ମନ୍ତ୍ରୀ ଟୁକୁନି ସାହୁ ଗୋ ବ୍ୟାକ୍ ଗୋ ବ୍ୟାକ୍’ ନାରାବାଜି କରିଥିଲେ ବିରୋଧୀ । କଳାପତାକା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କିଛି ସମୟ ଅଟକ ରଖି ଛାଡିଦେଇଥିଲା ।

ମମିତା ହତ୍ୟା ମାମଲା ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ତାଙ୍କ ଇସ୍ତଫା ପାଇଁ ଜୋରଦାର ଦାବି କରୁଛନ୍ତି । ଅନ୍ୟପଟେ ଏନେଇ ଆଜି ଟୁକୁନି ସାହୁ ବିରୋଧୀଙ୍କ ଅଣ୍ଡାମାଡର ଶିକାର ହୋଇଥିଲେ ।

Show More

Related Articles

Back to top button